
ମାଓ ମୁକାବିଲାକୁ ରୋକିବାକୁ ସରକାର କଡା ପଦକ୍ଷେପ ନେଇଛନ୍ତି । ନୂଆଦିଲ୍ଲୀରେ ମାଓ ମୁକାବିଲାକୁ ନେଇ ବୈଠକ ଆରମ୍ଭ ହୋଇଛି ।ଗୃହରେ ଅମିତଶାହାଙ୍କ ଅଧକ୍ଷତାରେ ରାଜ୍ୟର ୮ମୁଖ୍ୟମନ୍ତ୍ରୀଙ୍କ ସହ ସାମିଲ ହୋଇଛନ୍ତି ।ଏହି ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବାବେଳେ ମୁଖ୍ୟ ସଚିବ ମନୋଜ ଆହୁଜା, ପୋଲିସ ଡିଜି ୱାଇ.ବି ଖୁରାନିଆ, କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ଜୁଏଲ ଓରାମ୍, ନିତ୍ୟାନନ୍ଦ ରାୟ ମଧ୍ୟ ସାମିଲ ହୋଇଛନ୍ତି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମାଓ ମୁକାବିଲା ବୈଠକ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେଇଛନ୍ତି। ମାଓ ପ୍ରଭାବିତ ରାଜ୍ୟ ଗୁଡ଼ିକୁ ବିକାଶମୂଳକ ସହଯୋଗ କ୍ଷେତ୍ରରେ କାର୍ଯ୍ୟ କରୁଥିବା ୫ ଜଣ କେନ୍ଦ୍ର ମନ୍ତ୍ରୀ ମଧ୍ୟ ବୈଠକରେ ଯୋଗଦେଇଛନ୍ତି। ଏହା ସହ ୩ ଦିନିଆ ଦିଲ୍ଲୀ ଗସ୍ତ ଅବସରରେ ରାଜ୍ୟ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭେଟିବା କାର୍ଯ୍ୟକ୍ରମ ରହିଛି।