
ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ହୋଇଥିବା ଶିଶୁ ଅଦଳବଦଳ ଅଭିଯୋଗ ମାମଲାରେ ଆଜି କରାଯିବ ଡିଏନଏ ଟେଷ୍ଟ । ରବିବାର ତଥା ଆଜି ହେବ ମା ଓ ଶିଶୁର ଡିଏନ୍ଏ ପରୀକ୍ଷା । ଏନେଇ ଭୁବନେଶ୍ୱର କୋର୍ଟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି l
ସୂଚନା ଅନୁଯାୟୀ, ଗତ 26 ତାରିଖ ଦିନ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପତ୍ନୀଙ୍କୁ ପ୍ରସବ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଥିଲେ । ଏହାପରେ ସନ୍ତାନ ଜନ୍ମ ହେବା ମାତ୍ରେ ଶିଶୁପୁତ୍ର ହୋଇଥିବା କହିଥିଲେ ନର୍ସ । କିନ୍ତୁ ପରେ ତାଙ୍କୁ ଏକ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଥିଲା l ଏହାପରେ ପରିବାର ପକ୍ଷରୁ ଅଭିଯୋଗ କରିବା ସହ ଡିଏନ୍ଏ ପରୀକ୍ଷା ପାଇଁ ଦାବି କରିଥିଲେ । ଶେଷରେ କ୍ୟାପିଟାଲ ଥାନା ପକ୍ଷରୁ ଡିଏନ୍ଏ ପରୀକ୍ଷା ପାଇଁ କୋର୍ଟଙ୍କ ଅନୁମତି ଲୋଡିଥିଲେ । ଯାହାକୁ ଆଧାର କରି ରବିବାର ଡିଏନ୍ଏ ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । କିନ୍ତୁ ପୂର୍ବରୁ କ୍ୟାପିଟାଲ ହସ୍ପିଟାଲର ତିନିଜଣିଆ କମିଟି ଶିଶୁକନ୍ୟା ଜନ୍ମ ହୋଇଥିବା ସ୍ପଷ୍ଟ କରିସାରିଛି ।