ମୁଖ୍ୟମନ୍ତ୍ରୀ ମୋହନ ଚରଣ ମଝି ରବିବାର ମୟୁରଭଞ୍ଜ ଗସ୍ତରେ ଯିବେ ।ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଥର ପାଇଁ ମୟୁରଭଞ୍ଜ ଗସ୍ତ କରିବେ ।ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାରିପଦା ଛଉ ପଡିଆ ଠାରେ ବିକାଶ ମେଳାର ଉଦଘାଟନ କରିବେ ମୂଖ୍ୟମନ୍ତ୍ରୀ।୧୦୦ଦିନରେ ମୁଖ୍ୟମନ୍ତ୍ରୀ ଯାହା ସବୁ ବିକାଶମୂଳକ କାର୍ଯ୍ୟକ୍ରମ କରିଛନ୍ତି କାଧିକ ଯୋଜନାକୁ ବିଭିନ୍ନ ଷ୍ଟଲ୍ ରେ ପ୍ରତୀକାତ୍ମକ ଭାବରେ ପ୍ରଦର୍ଶିତ ହେବ ଏହି ବିକାଶ ମେଳାରେ ।୨୨ ତାରିଖ ଦିନ ୨ଟା ବେଳେ ବାରିପଦା ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ସେଥିଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି ବୋଲିସୂଚନା ଦେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ।