
ଧରାପୃଷ୍ଟି ରେ ବିରାଜିଲେ ମା ଗଜଲକ୍ଷ୍ମୀ l ଆଜି ମା ଗଜଲକ୍ଷ୍ମୀଙ୍କ ପୂଜା । ଝଲସୁଛି ରାଜଧାନୀ ରଙ୍ଗୀନ ସାଜସଜ୍ଜା ସାଙ୍ଗକୁ ଭକ୍ତିମୟ ପରିବେଶରେ ଆଗମନ କରିଛନ୍ତି ମା’ । ମା ଦୁର୍ଗତିନାଶିନୀଙ୍କ ବିଦାୟ ପରେ ଧରାବତରଣ କରିଛନ୍ତି ଧନଦାତ୍ରୀ ମା ଗଜଲକ୍ଷ୍ମୀ। ରାଜଧାନୀର ବିଭିନ୍ନ ପୂଜାମଣ୍ଡପ ଓ ବ୍ୟବସାୟୀ ସଂଘ ପକ୍ଷରୁ ବିଧି ମୁତାବକ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ଏଥର ରାଜଧାନୀର ପ୍ରାୟ ୩୦ରୁ ଅଧିକ ମଣ୍ଡପରେ ପୂଜା ପାଉଛନ୍ତି ମା ଗଜଲକ୍ଷ୍ମୀ ।
ବିଭିନ୍ନ ସ୍ଥାନରେ ରୀତିନୀତି ଅନୁସାରେ ଚକ୍ଷୁଦାନ, ପ୍ରାଣ ପ୍ରତିଷ୍ଠା ଓ ପୂଜା ନୀତି ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପୂଜା କମିଟି ପକ୍ଷରୁ ମାଆଙ୍କ ନିକଟରେ ଖେଚୁଡ଼ି, ପଣା, ଖିରି ଓ ପୁରୀ ଆଦି ଭୋଗ ଲାଗି କରାଯାଉଛି ।ଗଜଲକ୍ଷ୍ମୀ ପୂଜା ଲାଗି ଭୁବନେଶ୍ବରରେ କମିଶନରରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସହରର ବିଭିନ୍ନ ଛକରେ ମୁତୟନ ହୋଇଛନ୍ତି ୨୭ ପ୍ଲାଟୁନ ଫୋର୍ସ।
କଡା ସୁରକ୍ଷା ସହ କ୍ରାଉଡ କଣ୍ଟ୍ରୋଲ ଓ ଟ୍ରାଫିକ ମ୍ୟାନେଜମେଣ୍ଟକୁ କମିଶନରେଟ ପୋଲିସ ଅଧିକ ଗୁରୁତ୍ବ ଦେଉଛି । ସର୍ତ୍ତବଳୀ ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟ ସୀମା ବାହାରେ ବଜାଇ ପାରିବେନି ଲାଉଡ ସ୍ପିକର । ଡିଜେ ବଜାଇବା ଉପରେ ମଧ୍ୟ ରହିବ କଡ଼ା ନଜର। ପାର୍କିଂ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି ।