
ଭୁବନେଶ୍ଵର: ସକାଳୁ ସକାଳୁ ଆକ୍ଟିଭ୍ ମୋଡରେ ସିବିଆଇ । ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଘରେ ଚାଲିଛି ସିବିଆଇ ରେଡ୍ ।ବିଷ୍ଣୁପଦଙ୍କ ଭୁବନେଶ୍ବରରେ ଥିବା ସରକାରୀ କ୍ବାର୍ଟର୍ସରେ ଚାଲିଛି ରେଡ୍ । ସକାଳ ୮ଟାରୁ ଦିଲ୍ଲୀର ସିବିଆଇ ଟିମ ବିଷ୍ଣୁପଦ ସେଠୀଙ୍କ ବାସଭବନରେ ରେଡ୍ ଜାରି ରଖିଛନ୍ତି। ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ହୋଇଥିବା କେଳେଙ୍କାରୀ ମାମଲାରେ ରେଡ୍ କରାଯାଉଥିବା ନେଇ ସୂଚନା ମିଳିଛି ।
ବିଷ୍ଣୁପଦଙ୍କ ଭୁବନେଶ୍ବର ସ୍ଥିତ ସରକାରୀ ଭବନରେ ଚାଲିଛି ରେଡ୍। ପୂର୍ବରୁ ବିଭିନ୍ନ ପ୍ରସଙ୍ଗ ନେଇ ତାଙ୍କ ବିରୋଧରେ ଅଭିଯୋଗ ଥିବାବେଳେ ଏବେ ବ୍ରିଜ୍ ଆଣ୍ଡ୍ କମ୍ପାନୀକୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତନାଘନା ଚାଲିଛି । ପୂର୍ବରୁ ତାଙ୍କୁ ସବିଆଇ ପକ୍ଷରୁ ଡାକରା ଆସିଥିବାବେଳେ ସେ କିନ୍ତୁ ଯାଇ ହାଜର ହୋଇନଥିଲେ। ଏବେ ଖୋଦ୍ ସିବିଆଇ ତାଙ୍କ ଘରେ ରେଡ ପକାଇଛି। କିନ୍ତୁ ସବୁ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଛନ୍ତି ଖୋଦ୍ ବିଷ୍ଣୁପଦ।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଷ୍ଣୁପଦ ସେଠୀ କହିଛନ୍ତି, “ମୁଁ ଗତ ୩୦ ବର୍ଷ ହେଲା ଓଡିଶା ସରକାରରେ ନିଷ୍ଠାର ସହ କାମ ମରିଛି । କେବେ କୌଣସି କାମରେ ଖିଲାପ କରିନାହିଁ । ମୋ ଘରେ ଜୋରଜବରଦସ୍ତ ରେଡ୍ ଚାଲିଛି । ମହିଳା ପୋଲିସଙ୍କ ବିନା ରେଡ୍ କରାଯାଉଛି । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ସହିତ ମୋର କୌଣସି ସମ୍ପର୍କ ନାହିଁ । ମୁଁ ଚାକିରିରୁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ମୋର କିଛି ଦୋଷ ନାହିଁ । ଏହା ଏକ ଷଡଯନ୍ତ୍ର ଭଳି ଲାଗୁଛି ବୋଲି କହିଛନ୍ତି ବିଷ୍ଣୁପଦ ସେଠୀ ।