
ଇଣ୍ଡିଗୋ ଫ୍ଲାଇଟ 6E 7308 ମଧ୍ୟପ୍ରଦେଶ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା ।ବିମାନରେ ବୋମା ଥିବା ସୂଚନା ମିଳିଥିଲା ।ଯାତ୍ରୀଙ୍କ ମଧ୍ୟରେ ବୋମାନ ଗୁଜବ ପରେ ଯାତ୍ରୀ ମାନେ ଭୟଭୀତ ହୋଇଯାଇଥିଲେ ଫଳରେ ବିମାନକୁ ନାଗପୁର ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରାଯାଇଥିଲା।
ମୋଟ ୬୯ଜଣ ଯାତ୍ରୀ ବିମାନରେ ଥିଲେ ।ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଯାଞ୍ଚ କରାଯାଉଛି। ବିମାନ ନିକଟରେ ଫାୟାର ଗାଡ଼ି, ଆମ୍ବୁଲାନ୍ସ , ସିଆଇଏସଏଫ ସୁରକ୍ଷାକର୍ମୀଙ୍କ ସହ ଅନ୍ୟ ସହାୟତ ଦଳ ଉପସ୍ଥିତ ଅଛନ୍ତି। ବିମାନର ଯାଞ୍ଚ କରାଯାଉଛି। ଘଟଣାର ଯାଞ୍ଚ ପାଇଁ ବଲିୟାଥୁରା ପୋଲିସ ଥାନାର ଅଧିକାରୀ ବିମାନ ବନ୍ଦରରେ ପହଞ୍ଚିଥିଲେ।