November 1, 2025

ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି: ସ୍ଵାସ୍ଥ୍ୟ ସଚିବ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଦେଖାଦେଇଛି ତତ୍ପରତା । ସ୍ୱାସ୍ଥ୍ୟ ସଚିବ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମଧ୍ୟରେ ଆରମ୍ଭ ହୋଇଛି ଆଲୋଚନା । କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଚାଲିଥିବା ବେଳେ ଖୁବ୍ ଶୀଘ୍ର ଗାଇଡଲାଇନ୍ ଆସିପାରେ ବୋଲି ଆଲୋଚନା ହେଉଛି। ସେପଟେ କୋଭିଡ୍‌କୁ ନେଇ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ସଚିବ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି ବୋଲି କହିଛନ୍ତି ସ୍ଵାସ୍ଥ୍ୟ ସଚିବ ଏସ୍ ଅଶ୍ବଥୀ ।

ସ୍ବାସ୍ଥ୍ୟ ସଚିବଙ୍କ କହିବା ଅନୁସାରେ, କୋରୋନା ପାଇଁ କେନ୍ଦ୍ରରୁ ଗାଇଡ୍‌ଲାଇନ ଆସିନି । ଭୁବନେଶ୍ବରରୁ ଜଣେ ପଜିଟିଭି ଚିହ୍ନଟ ହୋଇଛନ୍ତି । ଆମେ ସ୍ଥିତି ଉପରେ ନଜର ରଖିଛୁ । ନୂଆ ଭ୍ୟାରିଆଣ୍ଟରେ ସିଭିୟରିଟି କମ୍‌ ରହିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟସଚିବ । ପଜିଟିଭ ଚିହ୍ନଟ ବ୍ୟକ୍ତି ଜଣଙ୍କ ଭଲ ଅଛନ୍ତି କହିଲେ ସ୍ବାସ୍ଥ୍ୟ ସଚିବ । ବ୍ୟକ୍ତି ଜଣଙ୍କ କରୋନା ସହ ବହୁବିଦ୍ଧ ରୋଗରେ ଆକ୍ରାନ୍ତ ଅଛନ୍ତି ବୋଲି କୁହାଯାଇଛି ।

ତେବେ କୋଭିଡ ସ୍ଥିତି ଉଦବେଗ ହେବା ଆବଶ୍ୟକ ନୁହେଁ । ଏହା କହିଛନ୍ତି ସ୍ବାସ୍ଥ୍ୟ ସଚିବ ଅଶ୍ବଥି ଏସ୍। ସ୍ବାସ୍ଥ୍ୟ ବିଭାଗ ମନିଟରିଂ କରୁଛି, ଆଲର୍ଟ ଅଛି। ବ୍ୟସ୍ତ ହେବାର କିମ୍ବା ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୌଣସି ନିର୍ଦ୍ଦେଶାବଳି ଆସିନି। ନୂଆ ଗାଇଡଲାଇନ ପାଇଁ ଭାରତ ସରକାରଙ୍କ କୌଣସି ଗାଇଡ୍ ଲାଇନ୍ ଆସିନାହିଁ। ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି ନଜର ରଖିବାକୁ। ସ୍ଵାସ୍ଥ୍ୟ ବିଭାଗ ସଜାଗ ଅଛି। ଏବେ ଦେଶରେ କୋଭିଡ ସଂକ୍ରମିତଙ୍କଠାରେ ଯେଉଁ ଷ୍ଟ୍ରେନ ରହିଛି ତାହା ସେତେ ବିପଜ୍ଜନକ ନୁହେଁ ।  ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି।

ପ୍ରକାଶଥାଉକି,ଦୀର୍ଘ ଅଢ଼େଇ ବର୍ଷ ପରେ ଭୁବନେଶ୍ବରକୁ କୋଭିଡ ଭାଇରସ ଆସିଛି । ଭୁବନେଶ୍ବରରେ ଜଣେ କୋଭିଡ୍ ପଜିଟିଭ ହୋଇଥିବା ଜଣାପଡିଛି । ତେବେ ବ୍ୟକ୍ତି ଜଣକ ନିକଟରେ ଦିଲ୍ଲୀରୁ ଫେରିଥିଲେ । ବର୍ତ୍ତମାନ ତାଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ରହିଥିବା ଜଣାପଡିଛି ।

ଓଡିଶାକୁ ଫେରିଲା କରୋନା, ରାଜ୍ୟବାସୀଙ୍କ ମନରେ ଛନକା…

ଭୁବନେଶ୍ଵର: ପୁଣି ଓଡିଶାକୁ ଫେରିଛି କରୋନା । ଓଡିଶାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ଆକ୍ରାନ୍ତ । ତେବେ ଆକ୍ରାନ୍ତ ଜଣଙ୍କ ରାଜଧାନୀ ଭୁବନେଶ୍ୱରର ବୋଲି ଜଣାପଡିଥିବା ବେଳେ ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ। ଆକ୍ରାନ୍ତ ଜଣଙ୍କ ପୁରୁଷ ଏବଂ ସେ ଏବେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତେବେ ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଅନେକ ରୋଗରେ ପୀଡ଼ିତ ଥିବା ନେଇ ଜଣାପଡିଛି । ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ବେଳେ ସେ କୋଭିଡ୍ ପଜିଟିଭ୍ ଥିବା ଜଣାପଡିଥିଲା । ସେପଟେ ଓଡିଶାକୁ କରୋନାର ନୂଆ ମାମଲା ସାମ୍ନାକୁ ଆସିବା ପରେ ରାଜ୍ୟବାସୀଙ୍କ ମଧ୍ୟରେ ଛନକା ପସିଛି । 

ଖବର ଅନୁସାରେ, ବୟସ୍କ ବ୍ୟକ୍ତିଜଣକ ଦିଲ୍ଲୀରୁ ଫେରିବା ପରେ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଥିଲା । ଏହାପରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଜଣେ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେ ଏକାଧିକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ସେ କ୍ୱାରେନଟାଇନରେ ରହିଥିବା କୁହାଯାଉଛି।

ସୂଚନାଯୋଗ୍ୟ, ଦକ୍ଷିଣ ଏସିଆର ଚୀନ ଓ ସିଙ୍ଗାପୁରରେ କୋଭିଡ୍‌-୧୯ କାୟା ବିସ୍ତାର କରିଥିବା ବେଳେ ଭାରତକୁ ମଧ୍ୟ ବ୍ୟାପିଛି ସଂକ୍ରମଣ । କୋଭିଡ-୧୯ରେ ସଂକ୍ରମିତ ହୋଇ ମୁମ୍ବାଇରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଭାରତରେ ୨୫୭  କୋଭିଡ୍‌ ଆକ୍ରନ୍ତ ଚିହ୍ନଟ କରାଯାଇଥିବା ବେଳେ  ଭୁବନେଶ୍ୱରରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହା ଏବେ ଚିନ୍ତାର କାରଣ ପାଲଟିଛି। 

ସୃଷ୍ଟି ହେଲା ଲଘୁଚାପ, ୩୬ ଘଣ୍ଟାରେ ନେବ ଅବପାତ ରୂପ

ଭୁବନେଶ୍ଵର: ଆରବ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ। ଯାହା କ୍ରମଶଃ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏପରି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ୩୬ ଘଣ୍ଟାରେ ଲଘୁଚାପ ଅବପାତର ରୂପ ନେବା ନେଇ ସୂଚନା ଦେଇଛି, ଭାରତୀୟ ପାଣିପାଗ ବିଭାଗ । ବୁଧବାର ରାତିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଉଭୟ କଟକ ଓ ଭୁବନେଶ୍ୱରର ପାଗ ସକାଳୁ କୋହଳା ରହିଛି ।

ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ଆରବ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଉତ୍ତର ଦିଗରେ ଗତି କରିବ। ପରେ ଏହା ୩‌୬ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ପୂର୍ବ କେନ୍ଦ୍ରୀୟ ଆରବ ସାଗର ପାର୍ଶ୍ୱବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟଟି ଲଘୁଚାପର ରୂପ ନେଇଥିବା ଜଣାଯାଇଛି। ତେବେ ଲଘୁଚାପର ପ୍ରଭାବ ଓଡ଼ିଶା ଉପରେ ରହିବ କି ନାହିଁ ସେନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ଆଜି ସକାଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ଥିବାବେଳେ କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଦେଖିବାକୁ ମିଳିଛି। 

ସେପଟେ ଆସନ୍ତା ୬ରୁ ୭ ଦିନ ମଧ୍ୟରେ ପଶ୍ଚିମ ଉପକୂଳ ଗୁଜରାଟ, କୋଙ୍କଣ ଏବଂ ଗୋଆ, କର୍ଣ୍ଣାଟକ ଏବଂ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି।ସମୁଦ୍ର ପୃଷ୍ଠର ତାପମାତ୍ରା ଏବଂ ଅନ୍ୟାନ୍ୟ ପରିସ୍ଥିତି ଏହି ପ୍ରଣାଳୀକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରୁଛି। ସ୍କାଇମେଟ୍ ୱେଦରର ଏକ ରିପୋର୍ଟ ଅନୁଯାୟୀ, ଏହି ଋତୁରେ ଏହି ଅଞ୍ଚଳରେ ସୃଷ୍ଟି ହେଉଥିବା ଉଷ୍ଣକଟିବନ୍ଧୀୟ ପ୍ରଣାଳୀ ସାଧାରଣତଃ ସ୍ପଷ୍ଟ ନୁହେଁ। ପାଣିପାଗ ବିଜ୍ଞାନୀ ଓ ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ଗୁଡ଼ିକର ଆକଳନ ଅନୁଯାୟୀ ଆସନ୍ତା ୨୬ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି। କିନ୍ତୁ ବଡ଼କଥା ହେଉଛି, ଏହି ସମୟରେ ପୂର୍ବ ବଙ୍ଗୋପ ସାଗରରେ ପରିବେଶ ଅନୁକୂଳ ରହିଛି, ଯାହା ଲଘୁଚାପକୁ ଆଗକୁ ବଢ଼ିବାରେ ସହାୟକ ହେବ । ଅର୍ଥାତ ଲଘୁଚାପ ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି ।

ମୌସୁମୀ ଆସିବା ସମୟରେ ଲଘୁଚାପ ସୃଷ୍ଟି ହେବା ଏକ ସ୍ଵାଭାବିକ ପ୍ରକ୍ରିୟା। ତେବେ ଏହା ଆଗକୁ କେତେ ଶକ୍ତିଶାଳୀ ହେବ କିମ୍ବା ଘନୀଭୂତ ହେବ ତାହା ଆକଳନ କରିବା ସହଜ ନୁହେଁ।  ଅନେକ ସମୟରେ ଏଭଳି ଲଘୁଚାପ ମୌସୁମୀକୁ ଅଧିକ ସକ୍ରିୟ କରି ଆଗକୁ ଅଗ୍ରସର କରିବାରେ ସହାୟକ ହୁଏ । ଯାହା ରାଜ୍ୟକୁ ଭଲ ବର୍ଷା ଆଣିପାରେ। ପାଣିପାଗକୁ ନେଇ ଆକଳନ ବୈଜ୍ଞାନିକଙ୍କ ପାଇଁ ମଧ୍ୟ ଅନେକ ସମୟରେ ଆହ୍ବାନ ସୃଷ୍ଟି କରିଥାଏ । କିଛି ମଡେଲ ଆକଳନ କରୁଛନ୍ତି ଯେ ଆସନ୍ତା ୨୬ରେ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବା ପରେ ଏହା ଅଧିକ ଘନୀଭୂତ ହେବ ଏବଂ ୨୮ ତାରିଖ ବେଳକୁ ଏହା ସାମୁଦ୍ରିକ ଝଡ଼ର ରୂପ ନେଇପାରେ ।  ଯଦି ଏହା ସାମୁଦ୍ରିକ ଝଡ଼ର ରୂପ ନିଏ, ତେବେ ଏହା ପ୍ରଥମେ ଉତ୍ତର-ପୂର୍ବ ଓ ପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ । ଯଦି ଏହି ଗତିପଥ ଠିକ ହୁଏ, ତେବେ ମେ ୨୯ ତାରିଖରେ ଏହା ଉପକୂଳ ଛୁଇଁବାର ସମ୍ଭାବନା ରହିଛି ।

ପ୍ରକାଶ ପାଇଲା +2 ପରୀକ୍ଷା ଫଳ: ଏଥର ବି ପୁଅଙ୍କୁ ଟପିଲେ ଝିଅ 

ଭୁବନେଶ୍ଵର: ପ୍ରକାଶ ପାଇଲା +୨ ରେଜଲ୍ଟ । ବୁଧବାର ଅପରାହ୍ନରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା କରାଯାଇଛି। ଏକା ସାଙ୍ଗରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ମୋଟ ପାସହାର ୮୨.୭୭ ପ୍ରତିଶତ ରହିଛି। ପୁଅଙ୍କ ତୁଳନାରେ ଝିଅଙ୍କ ପାସହାର ଅଧିକ ରହିଛି।

କଳାରେ ପାସହାର ୮୦.୫୧ ପ୍ରତିଶତ ରହିଛି। ସେହିପରି ବିଜ୍ଞାନରେ ପାସହାର ୮୭.୪୯% ରହିଥିବାବେଳେ ବାଣିଜ୍ୟରେ  ୮୩.୦୨% ଓ ଧନ୍ଦାମୂଳକରେ ପାସହାର ୬୦% ରହିଛି। ପରୀକ୍ଷାର୍ଥୀମାନେ ସେମାନଙ୍କ ପରୀକ୍ଷା ଫଳ https://results.odisha.gov.in ଏବଂ https://results.digilocker.gov.in‌ ୱେବସାଇଟ୍‌ରେ ଜାଣିପାରିବେ। ଉଭୟ ରେଗୁଲାର୍‌ ଓ ଏକ୍ସ-ରେଗୁଲାର୍‌ ବର୍ଗରେ ମୋଟ୍‌ ୩ଲକ୍ଷ ୯୩ ହଜାର ୬୧୮ ପିଲା ପରୀକ୍ଷା ଦେଇଥିଲେ। କଳାରେ ସର୍ବାଧିକ ୨ଲକ୍ଷ ୪୭ ହଜାର ୩୯୧ ଜଣ ପିଲା ଥିବା ବେଳେ ବିଜ୍ଞାନରେ ୧ଲକ୍ଷ ୧୪ହଜାର ୯୮୦, ବାଣିଜ୍ୟରେ ୨୫ହଜାର ୫୨୬ ଓ ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୭୨୧ ଜଣ ପିଲା ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୩.୮୫ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ଯୁକ୍ତଦୁଇ ପରୀକ୍ଷା । କଳାରେ ସର୍ବାଧିକ ୨ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬ହଜାର ଓ ବାଣିଜ୍ୟରେ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା। ଚଳିତଥର ୪୨୯ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କପି କରି ଧରାପଡ଼ିଥିଲେ। ବିଶେଷଜ୍ଞଙ୍କ ଦ୍ୱାରା ସମସ୍ତଙ୍କୁ କାଉନସେଲିଂ କରିବା ପରେ ତନ୍ମଧ୍ୟରୁ ୩୭୨ଜଣ କପି କରି ନଥିବା ଜଣାପଡ଼ିଥିଲା। ତେଣୁ ସେମାନଙ୍କ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି। ଅବଶିଷ୍ଟ ୫୭ଜଣ କପି କରିଥିବା ସ୍ପଷ୍ଟ ହେବା ପରେ ସେମାନଙ୍କୁ ଆସନ୍ତାବର୍ଷ ପୁଣିଥରେ ପରୀକ୍ଷା ଦେବାକୁ ପଡ଼ିବ ବୋଲି ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଥିଲେ।

ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ ଖବର, ଏକକାଳୀନ ଆସିବ ୧୫ ହଜାର

ଭୁବନେଶ୍ଵର: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ବଡ଼ ସୂଚନା । ହିତାଧିକାରୀ ପାଇବେ ଏକ କାଳିନ ୩ଟି କିସ୍ତିର ଟଙ୍କା । ଏକାଥରେ ଖାତାକୁ ଆସିବ ୧୫ ହଜାର ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେବେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସର୍ଭେ ହେବ । କାରଣ କୌଣସି ଯୋଗ୍ୟ ହିତାଧିକାରୀ ଯୋଜନାରୁ ବଞ୍ଚିତ ହେବେ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।  ସମସ୍ତ ଯୋଗ୍ୟ ଏହି ଯୋଜନାରେ ଅନ୍ତଭୁକ୍ତ ହେବେ ବୋଲି ସରକାର ଘୋଷଣା କରିଛନ୍ତି। ତେଣୁ ଯେଉଁମାନେ ଯୋଗ୍ୟ ଥାଇ ବି ବାଦ୍ ପଡିଛନ୍ତି। 

ସେମାନଙ୍କ ସମସ୍ୟାର ସମାଧାନ ଲାଗି ସରକାର ପଦକ୍ଷେପ ନେଇଛନ୍ତି। ସମ୍ବଲପୁର ଇଣ୍ତିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ର ଛାତ୍ରଛାତ୍ରୀ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହେବେ। ସର୍ଭେ ପରେ ବଞ୍ଚିତ ହିତାଧିକାରୀଙ୍କୁ ଏକକାଳୀନ ୩ଟି କିସ୍ତିର ସହାୟତା ରାଶି ମିଳିବ। ରାଜ୍ୟରେ ଏବେ ସୁଧା ଏହି ଯୋଜନାରେ ୬ଟି ପର୍ଯ୍ୟାୟରେ ୧ କୋଟିରୁ ଅଧିକ ହିତାଧିକାରୀ ସାମିଲ୍ ହୋଇ ସାରିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ମାର୍ଚ୍ଚ ୩୧ ସୁଭଦ୍ରା ଆବେଦନର ଶେଷ ତାରିଖ ଥିଲା। ୩୧ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ଟଙ୍କା ପାଇବେ।  

ଯେଉଁମାନେ ପ୍ରଥମ ଓ ଦ୍ବୀତିୟ ପର୍ଯ୍ୟାୟ ଟଙ୍କା ପାଇନଥିବେ ସେମାନେ ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ ୩ଟି କିସ୍ତିର ଟଙ୍କା ପାଇବେ । ପ୍ରକାଶଥାଉକି, ବର୍ଷକୁ 2ଟି କିସ୍ତିରେ 10 ହଜାର ଟଙ୍କା ଦିଆଯିବା ନେଇ ସରକାର ଘୋଷଣା କରିଥିଲେ । ଏହି କ୍ରମରେ ବର୍ତ୍ତମାନ 1 କୋଟିରୁ ଅଧିକ ଲୋକ ଏହି ଯୋଜନାର ଲାଭ ଉଠାଇ ସାରିଛନ୍ତି । ୧ କୋଟି ୬୫ ହଜାର ୮୭୭ ଜଣ ମହିଳା ପ୍ରଥମ କିସ୍ତି ଟଙ୍କା ପାଇଥିଲେ । ସେହିପରି ୯୮ ଲକ୍ଷ ୮୨ ହଜାର ୯୨ ଜଣ ମହିଳା ଦ୍ୱିତୀୟ କିସ୍ତି ଟଙ୍କା ପାଇଥିଲେ ।

ସୁନ୍ଦର ତ୍ଵଚା ପାଇଁ ଆପଣାନ୍ତୁ ଏହି ଆୟୁର୍ବେଦିକ ଟିପ୍ସ…

ଭୁବନେଶ୍ଵର: ଚେହେରାରେ ଚମକ ଆଣିବା ପାଇଁ ଆପଣ ଅନେକ କିଛି କରିବା ସହିତ ବେଳେବେଳେ ମହଙ୍ଗା ପ୍ରଡକ୍ଟସ ବ୍ୟବହାର କରିଥାନ୍ତି , ଯାହାକି ଚେହେରାକୁ ଖରାପ କରିବା ସହିତ ଆପଣଙ୍କ ପକେଟ୍ ଉପରେ ମଧ୍ୟ ଭାରି ପଡିଥାଏ । ଏଥିପାଇଁ ଚେହେରାରେ ପ୍ରାକୃତିକ ସୌନ୍ଦର୍ୟ୍ୟ ଆଣିବା ପାଇଁ ଆୟୁର୍ବେଦିକ ଉପଚାର ସବୁଠାରୁ ବେଷ୍ଟ ଅପ୍ସନ୍ ହୋଇଥାଏ । ଆସନ୍ତୁ ଜାଣିବା କିଛି ଆୟୁର୍ବେଦିକ ଟିପ୍ସ ..

କଞ୍ଚା କ୍ଷୀର:

କଞ୍ଚା ଖିରରେ ଥିବା ଫ୍ୟାଟ୍ ଏବଂ ଲାକ୍ଟିକ୍ ଏସିଡ୍ ଆପଣଙ୍କ ଚେହେରାରୁ ମଇଳା ହଟାଇବାରେ ସାହାଯ୍ୟ କରିଥାଏ , ଯାହାଦ୍ୱାରା ଚର୍ମର ପୋର୍ସ ଖୋଲିଥାଏ । ସେଥିଲାଗି ଯଦି ଆପଣଙ୍କର ଚେହେରାକୁ ନେଇ କୌଣସି ସମସ୍ୟା ଥାଏ , ତେବେ ଆପଣ କଞ୍ଚା କ୍ଷୀର ବ୍ୟବହାର କରନ୍ତୁ ।

ନିମ:

ନିମରେ ଆଣ୍ଟି-ଇମ୍ପ୍ଲିମେଣ୍ଟାରୀ, ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଭାଇରଲ ଏବଂ ଆଣ୍ଟି ଆକ୍ସିଡେଣ୍ଟ ପ୍ରପର୍ଟି ମିଳିଥାଏ । ସେଥିଲାଗି ଆପଣଙ୍କୁ ନିମର ବ୍ୟବହାର କରିବା ଉଚିତ । ଆପଣ ନିମର ଫେସପ୍ୟାକ୍ କରି ମଧ୍ୟ ବ୍ୟବହାର କରିପାରିବେ। ଏଥିସହିତ ଆପଣଙ୍କୁ ଚେହେରାରେ ନିମର ପ୍ୟାକ ଲଗାଇବାରେ ଯଦି କୌଣସି ସମସ୍ୟା ଥାଏ , ତେବେ ଆପଣ ଉଷୁମ ପାଣିରେ ୫-୧୦ ମିନିଟ୍ ନିମର ପତ୍ର ପକାଇ ସେଥିରେ ମୁଁହକୁ ଧୋଇପାରିବେ ।

ହଳଦୀ:

ଏଥିରେ ଆଣ୍ଟି ସେପ୍ଟିକ୍-, ଆଣ୍ଟି ଇମ୍ପ୍ଲିମେଣ୍ଟାରୀ ପ୍ରପର୍ଟି ରହିଥାଏ । ହଳଦୀ ସହିତ କ୍ଷୀର ମିଶାଇ ଏହାକୁ ଫେସପ୍ୟାକ୍ଣ ଭାବରେ ଲଗାଇବା ଦ୍ୱାରା ଆପଣଙ୍କ ସ୍କିନରେ ଚମକ ଆଣିବା ସହିତ ଦାଗ ଦୂର କରିଥାଏ।

ନଡ଼ିଆ ତେଲ :

ନଡ଼ିଆ ତେଲ କେବଳ କେଶ ପାଇଁ ନୁହେଁ ବରଂ ଆପଣଙ୍କ ସ୍କିନ୍ ପାଇଁ ମଧ୍ୟ ଥଣ୍ଡା ଦିନରେ ବରଦାନ ହୋଇଥାଏ । ଆଣ୍ଟି ସେପ୍ଟିକ ଗୁଣରେ ଭରପୁର ନଡ଼ିଆ ତେଲ ଡ୍ରାଏ ସ୍କିନ୍ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ । ଥଣ୍ଡାରୁ ଫାଟୁଥିବା ସ୍କିନ୍ଁ କୁ ମଧ୍ୟ ଏହା ଠିକ୍ଏ କରିଥାଏ ।

ଚନ୍ଦନ :

ଚନ୍ଦନକୁ ଚେହେରା ର ପ୍ରତ୍ୟେକ ଆଲର୍ଜି ପାଇଁ ରାମବାଣ କୁହାଯାଇଥାଏ । ଚନ୍ଦନ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ଚେହେରା ଦାଗହୀନ ହୋଇଥାଏ । ଗରମରେ ଚନ୍ଦନର ବ୍ୟବହାର କରିବା ଲାଭଦାୟକ ହୋଇଥାଏ ।

ବଡ ଧରଣର ଏନକାଉଣ୍ଟର, ୩୦ ମାଓବାଦୀ ନିହତ, ଜଣେ ଯବାନ ସହିଦ

ମାଲକାନଗିରି: ମାଲକାନଗିରିରେ ଦେଖିବାକୁ ମିଳିଛି ବଡ଼ ମାଓ ଏନକାଉଣ୍ଟର । ଛତିଶଗଡସ୍ଥିତ ଅବୁଝମାଡ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ଜଣାପଡିଛି । ଯେଉଁଥିରେ ମୋଟ ୩୦ ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ସଂଖ୍ଯା ବଢିବାର ମଧ୍ଯ ସମ୍ଭାବନା ରହିଛି ।  ଏବେ ବି ଅବୁଝମାଡରେ ଗୁଳିବିନିମୟ ଜାରି ରହିଥିବା କୁହାଯାଉଛି  ।

ସୂଚନା ଅନୁସାରେ,  ଅବୁଝମାଡ ନିକଟ ଜଙ୍ଗଲରେ ମାଓ କମାଣ୍ଡର  ‘ବାସବ ରାଜ’ ଲୁଚି ରହିଥିବା ଖବର ମିଳିବା ପରେ ବୁଧବାର ସକାଳେ ୪ଟି ଜିଲ୍ଲା ଯଥାକ୍ରମେ, ନାରାୟଣପୁର, ଦାନ୍ତେୱାଡା, ବିଜାପୁର ଏବଂ କୋଣ୍ଡାଗାଁଓ ଜିଲ୍ଲାର ଜିଲ୍ଲା ରିଜର୍ଭ ଗାର୍ଡ (ଡିଆରଜି)ଙ୍କ ମିଳିତ ଅପରେସନ କରାଯାଇଥିଲା । ‘ବାସବ ରାଜ’ ଜଣେ ଦୁର୍ଦ୍ଦାନ୍ତ ମାଓ ନେତା ହୋଇଥିବା ବେଳେ ତାଙ୍କୁ ଧରାଇ ଦେବା ପାଇଁ ଦେଢ କୋଟି ଟଙ୍କାର ପୁରସ୍କାର ରାଶି ଥିଲା । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲେ ‘ବାସବ ରାଜ’ । ଏବେ ବି ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ତେବେ ଅପରେସନ ବେଳେ ଜଣେ ଡିଆରଜି ଯବାନ ସହିଦ ହୋଇଛନ୍ତି ।

ମାଓ କ୍ୟାମ୍ପକୁ ପୁରା ଆମ୍ବୁସ ବିଛାଇଥିଲେ ସୁରକ୍ଷାକର୍ମୀ । ଯବାନଙ୍କ ଗୁଳିରେ ୩୦ ମାଓବାଦୀ ନିପାତ ହୋଇଛନ୍ତି । ଏନକାଉଣ୍ଟରରେ ଟପ୍ ମାଓ ନେତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ ନେତା ବାସବ ରାଜ ନିହତ ହୋଇଥିବା ଖବର ମିଳିଛି । ସେଣ୍ଟ୍ରାଲ କମିଟିର ମୁଖ୍ୟ ଥିଲା ବାସବରାଜ । ତାଙ୍କ ଉପରେ ୧.୫୦ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା । DRG ଜବାନଙ୍କ ଅପରେସନ ବେଳେ ଏହି ସଫଳତା ମିଳିଛି। ଅପରେସନ ରେ ମାଓବାଦୀ ଗୁଳିରେ ଜଣେ ଯବାନ ଗୁରୁତର ହୋଇଛନ୍ତି ।

ଏନେଇ ଛତିଶଗଡ଼ର ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ସୂଚନା ଦେଇଛନ୍ତି । ଏହି ଅପରେସନରେ ୧୦ ହଜାରରୁ ଅଧିକ ଯବାନ ସାମିଲ ଅଛନ୍ତି । ୫୦ ଘଣ୍ଟାର ଅପରେସନରେ ୩୦ରୁ ଉର୍ଦ୍ଧ୍ଵ ନକ୍ସଲ ନିପାତ ହୋଇଛନ୍ତି । ଯବାନଙ୍କୁ ବଡ଼ ସଫଳତା ମିଳିଛି । ନାରାୟଣପୁର, ବିଜାପୁର ଏବଂ ଦାନ୍ତେୱାଡା ଜିଲ୍ଲାରେ ଡିଆରଜି ଯବାନ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଏବେବି ଜାରି ରହିଛି ।

ଆସୁଛି ବଡ ବର୍ଷା, ୧୨ ଘଣ୍ଟା ଭିତରେ ଲଘୁଚାପ

ଭୁବନେଶ୍ଵର: ଆସୁଛି ବର୍ଷା । ଆଗାମୀ ୧୨ ଘଣ୍ଟା ଭିତରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହେବ। ପୂର୍ବ କେନ୍ଦ୍ରୀୟ ଆରବସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଂଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଆଗାମୀ ୧୨ ଘଣ୍ଟା ଭିତରେ ସମାନ ଅଂଚଳରେ ଲୋ-ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି । ପୂର୍ବକେନ୍ଦ୍ରୀୟ ଆରବ ସାଗରରେ ଏହି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପଟି  ଅଧିକ  ଘନୀଭୂତ ହୋଇ ଆଗାମୀ ୩୬ ଘଣ୍ଟାରେ ଏହା ଅବପାତରେ ପରିଣତ  ହେବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ  ଏନେଇ ସୂଚନା  ଜାରି  କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ପୂର୍ବ କେନ୍ଦ୍ରୀୟ ଆରବସାଗର ପାର୍ଶ୍ବବର୍ତ୍ତୀ ଉତ୍ତର କର୍ଣ୍ଣାଟକ-ଗୋଆ ଉପକୂଳ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି ସମ୍ଭାବନା ରହିଛି। ଅନ୍ୟପଟେ ଆସନ୍ତା ୩ ଦିନ ଅର୍ଥାତ୍ ୨୩ ତାରିଖ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ସେପଟେ ଆଜି ପାଇଁ ୧୩ ଜିଲ୍ଲାକୁ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି, କନ୍ଧମାଳ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଦେବଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାକୁ ଉଷ୍ଣ ଆର୍ଦ୍ରତା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ପାଣିପାଗ ବିଶେଷଜ୍ଞଙ୍କ ଅନୁଯାୟୀ ୨୩ ତାରିଖ କେନ୍ଦ୍ରୀୟ-ପୂର୍ବ ଆରବ ସାଗରରେ ମହାରାଷ୍ଟ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ୨୪ରେ ଏହା ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇ ଅଧିକ ଘନୀଭୂତ ହେବ। ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୫ରେ ବାତ୍ୟା ଓ ୨୭ରେ ଭୀଷଣ ବାତ୍ୟାରେ ପରିଣତ ହୋଇ ୨୯ରେ ଗୁଜୁରାଟ ଉପକୂଳ ଛୁଇଁବ।

ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଫଳ, ଅପରାହ୍ନ ୪ଟାରେ ଘୋଷଣା ହେବ ରେଜଲ୍ଟ

ଭୁବନେଶ୍ଵର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଅପରାହ୍ନ ୪ଟାରେ ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଘୋଷଣା ହେବ ରେଜଲ୍ଟ। ତେବେ ଆଜି ଗୋଟିଏ ଦିନରେ କଳା,ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇବ।ଏନେଇ ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ରେଜଲ୍ଟ ଘୋଷଣା ପରେ ଛାତ୍ରଛାତ୍ରୀ ମାନେ www. orissaresults.nic.in ଓ results.digilocker.gov.in  ୱବସାଇଟ ଓ ସାମ୍ସ ପୋର୍ଟାଲ୍ ରୁ ନିଜ ନିଜର ରେଜଲ୍ଟ ଜାଣିପାରିବେ।

ରାଜ୍ୟରେ ମୋଟ ୩.୮୫ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି ଯୁକ୍ତଦୁଇ ପରୀକ୍ଷା । କଳାରେ ସର୍ବାଧିକ ୨ଲକ୍ଷ ୨୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୬ହଜାର ଓ ବାଣିଜ୍ୟରେ ୨୩ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ଗତ ଫେବ୍ରୁଆରୀ ୧୮ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୭ ଯାଏ ଅନୁଷ୍ଠିତ ହୋଇଥିଲା ଯୁକ୍ତ ଦୁଇ ପରୀକ୍ଷା।

୨ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲେ ମନ୍ତ୍ରୀ । ପରୀକ୍ଷା ଫଳ ବିଳମ୍ବକୁ ନେଇ ଅସନ୍ତୋଷ ବଢିଥିଲା । ତରବରିଆ ଭାବେ +୨ ପରୀକ୍ଷା ଫଳ ତାରିଖ ଘୋଷଣା କରାଯାଇଛି । +୨ ପରୀକ୍ଷା ଫଳ ଆସିନଥିବାରୁ +୩ ର ନାମଲେଖା ଅବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଜୁନ ୧ ତାରିଖ ଯାଏଁ ନାମଲେଖା ଅବେଦନ ଅବଧି ବୃଦ୍ଧି ଘଟିଛି ବୋଲି ଘୋଷଣା କରାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏନେଇ ସୂଚନା ଦେଇଥିଲେ ଯେ, ଖୁବଶୀଘ୍ର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଦିନେ କି ଦୁଇ ଦିନ ଭିତରେ ପ୍ରକାଶ ପାଇ +୨ ରେଜଲ୍ଟ । ଆଉ ପିଲାମାନେ ବ୍ୟସ୍ତ ହୁଅ ନାହିଁ । ଯେତିକି ଦିନ ବିଳମ୍ୱ ହେଲା, ଆଉ କିନ୍ତୁ ବିଳମ୍ୱ ହେବ ନାହିଁ ବୋଲି ପରୀକ୍ଷାର୍ଥୀଙ୍କୁ ପ୍ରତିଶୃତି ଦେଇଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ସାମ୍ନାକୁ ଆସିଲା ପୂର୍ବ ସରକାରଙ୍କ ଅପାରଗତା, ମିଳୁନି ଚିଟଫଣ୍ଡ କାଗଜ ପତ୍ର

ଭୁବନେଶ୍ଵର: ସାମ୍ନାକୁ ଆସିଲା ପୂର୍ବ ସରକାରଙ୍କ ଅପାରଗତା। ମିଳୁନି ଚିଟଫଣ୍ଡ କାଗଜ ପତ୍ର। ଏକଥା ଆମେ କହୁନାହୁଁ ଏପରି ଏକ ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଚିଟ୍‌ଫଣ୍ଡକୁ ନେଇ ବିସ୍ପୋରକ ବୟାନ ଦେଇଛନ୍ତି ମନମୋହନ ସାମଲ । ଚିଟ୍‌ଫଣ୍ଡ କାଗଜ ପତ୍ର ମିଳୁନାହିଁ । ସଂକଳ୍ପ ପତ୍ର ଅନୁଯାୟୀ ଚିଟ୍‌ଫଣ୍ଡ ଟଙ୍କା ଫେରସ୍ତ ହେବ ବୋଲି କହିଛନ୍ତି ରାଜ୍ୟ ସଭାପତି । ପୂର୍ବ ସରକାର କଣ କରିଛନ୍ତି କଣ ନ କରିଛନ୍ତି, ସେ ସବୁ ଧୀରେ ଧୀରେ ସାମ୍ନାକୁ ଆସୁଛି । ଚିଟ୍‌ଫଣ୍ଡ କାଗଜ ପତ୍ର ସଂଗ୍ରହ ଚାଲିଛି, ସଂଗ୍ରହ ଶେଷ ହେଲେ ନୀତିଗତ ନିଷ୍ପତ୍ତି ନିଆଯିବ ।

ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ହେଲେ ଆମ ସରକାର ଯାହା କଥା ଦେଇଥିଲେ ସେ କଥା ରଖିବେ। ଆଉ ସମସ୍ତ ୪୦ ଲକ୍ଷ କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ପ୍ରଦାନ କରାଯିବ ବୋଲି କହିଲେ ମନମୋହନ। ଯେତେବେଳେ ନିର୍ବାଚନ ଚାଲିଥିଲା ସେତେବେଳେ ବିଜେପି ନିର୍ବାଚନୀ ଇସ୍ତାହାରରେ ଅନେକ ପ୍ରତିଶୃତି ଦେଇଥିଲା। ଯେପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଗୃହ ଖୋଲିବା, ପୁରୀ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଖୋଲିବା, ସୁଭଦ୍ରା ଟଙ୍କା ମହିଳାମାନଙ୍କୁ ପ୍ରଦାନ କରିବା।

ଠିକ୍ ସେହିପରି ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ମଧ୍ୟ ନିର୍ବାଚନ ସମୟରେ ବିଜେପିର ପ୍ରତିଶୃତି ଥିଲା। ହେଲେ ତାହା ଏବେଯାଏଁ ପୂରଣ ହୋଇପାରିଲା ନାହିଁ। ଯାହା ଉପରେ ଆଜି ମନମୋହନ ପ୍ରତିକ୍ରିୟା ଦେଇ କହିଛନ୍ତି, ଆମ ସଂକଳ୍ପପତ୍ର ଅନୁଯାୟୀ ଚିଟଫଣ୍ଡ ଟଙ୍କା ଫେରସ୍ତ ହେବ। ଚିଟଫଣ୍ଡ କାଗଜପତ୍ର ସଂଗ୍ରହ ଚାଲିଛି। ପରେ ନୀତିଗତ ନିଷ୍ପତ୍ତି ନିଆଯିବ। କ୍ଷତିଗ୍ରସ୍ତଙ୍କୁ ଚିଟଫଣ୍ଡ ଟଙ୍କା ଫେରସ୍ତ କରିବା ବିଜେପି ନିର୍ବାଚନୀ ଇସ୍ତାହାରରେ ଥିଲା। ପୂର୍ବ ସରକାରଙ୍କ ସବୁ କଥା ଧିରେ ଧିରେ ସାମ୍ନାକୁ ଆସୁଛି। ଟଙ୍କା ଫେରସ୍ତ ପାଇଁ ପ୍ରକ୍ରିୟା ଜାରି ରଖିଛନ୍ତି ସରକାର।