
ଭାରତ ଓ ପାକିସ୍ତାନ ମଧ୍ୟରେ ଅହୀନକୂଳର ସମ୍ପର୍କ ରହିଥିଲେ ମଧ୍ୟ ଭାରତ ଓ ପାକିସ୍ତାନ ଦୁଇ ଦେଶର ଲୋକେ ଗଢି ଚାଲିଛନ୍ତି ସମ୍ପର୍କ। ପ୍ରେମ ପାଇଁ ସୀମା ପାର୍’, ‘ପାକିସ୍ତାନ ଯୁବତୀଙ୍କ ପ୍ରେମରେ ଭାରତୀୟ ଯୁବକ’, ‘ପ୍ରେମ ପାଇଁ ସୀମା ଡେଇଁଲେ ପାକିସ୍ତାନ ଯୁବତୀ’ ଭଳି ଖବର ସାମ୍ନାକୁ ଆସୁଛି। ଏହି କ୍ରମରେ ଜଣେ ବିଜେପି ନେତାଙ୍କ ପୁଅ ପାକିସ୍ତାନର ଜଣେ ଝିଅଙ୍କୁ ବିବାହ କରିଛନ୍ତି ।
ଉତ୍ତରପ୍ରଦେଶ ଜଉନପୁର ଜିଲ୍ଲାର ବିଜେପି ନେତା ତଥା କର୍ପୋରେଟର ତେହସିନ ଶାହିଦଙ୍କ ପୁଅ ମହମ୍ମଦ ଆବାସ ହୈଦରଙ୍କୁ ଭିସା ମିଳିବାରେ ବିଳମ୍ବ ହେବାରୁ ଉଭୟ ଅନଲାଇନରେ ବିବାହ କରିଛନ୍ତି।ଏହି ବାହାଘରରେ କିଛି ବିଜେପି ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ଅନଲାଇନରେ ବାହାଘର ସରିବା ପରେ ବର ମହମ୍ମଦ ଆବାସ ହୈଦର ତାଙ୍କ ପତ୍ନୀଙ୍କ ଭିସା କରାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।
ଏହି ବାହାଘରରେ କିଛି ବିଜେପି ନେତାମାନେ ମଧ୍ୟ ଯୋଗ ଦେଇଥିଲେ। ଅନଲାଇନରେ ବାହାଘର ସରିବା ପରେ ବର ମହମ୍ମଦ ଆବାସ ହୈଦର ତାଙ୍କ ପତ୍ନୀଙ୍କ ଭିସା କରାଇଦେବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।