
ଝାରସୁଗୁଡା ଭୋଟ ଗଣତି ଜାରି ରହିଛି । ସପ୍ତମ ରାଉଣ୍ତ ସୁଦ୍ଧା ବିଜେଡି ଆଗୁଆ । ବିଜେଡିର ଦୀପାଳି ଦାସ ୧୮,୨୪୬ ଭୋଟରେ ଆଗୁଆ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ବିଜେପି ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ରହିଛି ।
ବିଜେଡ଼ି 18 ହଜାର ଭୋଟରେ ଆଗୁଆ । ସପ୍ତମ ରାଉଣ୍ଡ ସୁଦ୍ଧା ବିଜେଡ଼ି 40195, ବିଜେପି 22065 ଏବଂ କଂଗ୍ରେସ 2355 ଭୋଟ ମିଳିଛି ।
ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ମୋଟ ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ । ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ଇଭିଏମ ଗଣନା ଲାଗି ୧୪ଟି କାଉଟିଙ୍ଗ ବ୍ୟବସ୍ଥା ହୋଇଛି । ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । ସଂଧ୍ୟା ୪ଟାରୁ ୬ଟା ଭିତରେ ଫଳାଫଳ ଆସିବା ନେଇ କହିଛନ୍ତି ସିଇଓ । ନିର୍ବାଚନ କମିଶନଙ୍କ ୱେବସାଇଟ ଜରିଆରେ ସାଙ୍ଗେ ସାଙ୍ଗେ ଗଣତିର ଅପଡେଟ୍ ମିଳୁଛି । ରାଜ୍ୟ ନିର୍ବାଚନ ଅଫିସ ସମେତ results.eci.gov.in ୱବସାଇଟରେ ମଧ୍ୟ ଫଳାଫଳ ଉପଲବ୍ଧ ହୋଇଛି ।