
ସାରା ଦେଶ ଆସନ୍ତା କାଲି ପାଳନ କରିବ ୭୮ତମ ସ୍ବାଧୀନତା ଦିବସ।ଏହି ଦିବସ ଉପଲକ୍ଷେ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି।ଓଡ଼ିଶାର ୧୩ ପୁଲିସଙ୍କୁ ପଦକ ମିଳିବାକୁ ଥିବାବେଳେ ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୁଲିସ ପଦକ ମିଳିବ।୨୦୨୪ ସ୍ବାଧୀନତା ଦିବସ ଅବସରରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ସେବା ପାଇଁ ତାଲିକା ପ୍ରକାଶ ପାଇଛି ।ଏହି ସେବା ପଦକ ପାଇଁ ପୋଲିସ, ଫାୟାର ବ୍ରିଗେଡ, ହୋମଗାର୍ଡ ଏବଂ ସିଭିଲ ଡିଫେନ୍ସ ଏବଂ ସଂଶୋଧନ ସେବା ବିଭାଗର ମୋଟ ୧୦୩୭ କର୍ମଚାରୀ ଚୟନ କରାଯାଇଛି।
ଏହା ବ୍ୟତୀତ ୨୧୩ ଜଣଙ୍କୁ ସାହସିକତା ପଦକ, ୯୪ଜଣଙ୍କୁ ପ୍ରଖ୍ୟାତ ସେବା ପଦକ, ୭୨୯ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପଦକ ପ୍ରଦାନ କରାଯିବ। ଏଥିରେ ପୁଲିସ ସେବାକୁ ୨୦୮, ଅଗ୍ନିଶମ ସେବାକୁ ୪, ହୋମ ଗାର୍ଡ ଏବଂ ସିଭିଲ ଡିଫେନ୍ସକୁ ୨୦୮ ପଦକ ପ୍ରଦାନ କରାଯିବ। ଏଥର ରାଷ୍ଟ୍ରପତି ପଦକ ପାଇଁ ଗ୍ୟାଲେଣ୍ଟ୍ରି (ପିଏମଜି) ପଦକ ୧ ଏବଂ ଗାଲେଣ୍ଟ୍ରି (ଜିଏମ) ପଦକ ୨୧୩ କର୍ମଚାରୀଙ୍କୁ ପ୍ରଦାନ କରାଯିବ।