
ବିମାନ ଖାଦ୍ୟରୁ ବାହାରିଲା ମୂଷା । ମଝି ଆକାଶରେ ଆତଙ୍କ ।ଫଳରେ ଜରୁରୀ ଅବତରଣ କଲା ବିମାନ । ତେବେ ଡେନମାର୍କର କୋପେନହାଗନରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ। ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।ବିମାନରେ ସମସ୍ତ ଯାତ୍ରୀଙ୍କୁ ବିମାନ ପକ୍ଷରୁ ଖାଦ୍ୟ ପ୍ୟାକେଟ ଦିଆଯାଇଥିଲା।
ଜଣେ ଯାତ୍ରୀ ନିଜ ଖାଦ୍ୟ ପ୍ୟାକେଟ ଖୋଲିବା ବେଳେ ସେଥିରୁ ଏକ ଜୀଅନ୍ତା ମୂଷା ବାହାରିଥିଲା। ଏହାକୁ ନେଇ ବିମାନରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ଏହାକୁ ସମସ୍ତେ ବିରୋଧ କରିଥିବା ବେଳେ ପରେ ଡେନମାର୍କର କୋପେନହାଗନରେ ବିମାନକୁ ଜରୁରୀ ଅବତରଣ କରାଯାଇଥିଲା।