
ତିରୁପତି ଲଡୁ ମାମଲାକୁ ନେଇ ବଢ଼ିବାରେ ଲାଗିଛି ଵିଵାଦ ।ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରର ପ୍ରସିଦ୍ଧ ଲଡୁ ତିଆରି ହଉଥିବା ଘିଅରେ ଅପମିଶ୍ରିତ ହୋଇଥିବା ଘଟଣା ସାମ୍ନାକୁ ଆସିବା ପରେ ବିବାଦ ବଢ଼ିବାରେ ଲାଗିଛି ।ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହାଇଦ୍ରାବାଦରେ ମାମଲା ରୁଜୁ ହୋଇଛି।
ଏହି ଅଭିଯୋଗ ତାଙ୍କୁ ମନ୍ଦିରକୁ ଅପମାନିତ କରିବା ଏବଂ ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ନେଇ ଅଭିଯୋଗ ହୋଇଛି।ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବିଷୟରେ ପଚରାଯିବାରୁ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ଏହି ମାମଲା ଆନ୍ଧ୍ରପ୍ରଦେଶର ହୋଇଥିବାରୁ ସେମାନେ ଏହି ପ୍ରସଙ୍ଗରେ ଆଇନଗତ ମତାମତ ନେଉଛନ୍ତି। ଆଇନଗତ ମତ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଶ୍ରୀ ଭେଙ୍କଟେଶ୍ୱର ସ୍ଵାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ ଟିଟିଡି ଶୁକ୍ରବାର ଦିନ ପ୍ରକାଶ କରିଛି ଯେ ଗୁଣାତ୍ମକ ପରୀକ୍ଷା ପାଇଁ ପଠାଯାଇଥିବା ନମୁନାରେ ଖରାପ ଗୁଣାତ୍ମକ ଘି ଏବଂ ଚର୍ବି ଅପମିଶ୍ରଣ ହୋଇଛି।