
ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କୁ ପଛରେ ପକେଇଲେ ଶ୍ରଦ୍ଧା କପୁର।ନିକଟରେ ରିଲିଜ ହୋଇଥିବା ହରର କମେଡି ଫିଲ୍ମ ‘ସ୍ତ୍ରୀ ୨’ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ଅଭିନେତ୍ରୀ ଶ୍ରଦ୍ଧା କପୁର। ସ୍ତ୍ରୀ-୨ର ସଫଳତା ମଧ୍ୟରେ ଶ୍ରଦ୍ଧା କପୁର ନିଜ ଇନଷ୍ଟାଗ୍ରାମରେ ୯୧.୪ ମିଲିୟନ ଫୋଲର୍ସ ପାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ୯୧.୨ ମିଲିୟନ ଫୋଲର୍ସ ରହିଛନ୍ତି ।ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଅଭିନେତ୍ରୀମାନଙ୍କ ମଧ୍ୟରେ ପ୍ରିୟଙ୍କା ଚୋପ୍ରାଙ୍କର ଇନଷ୍ଟାଗ୍ରାମରେ ସର୍ବାଧିକ ଫୋଲର୍ସ ରହିଛନ୍ତି।ମୋଦିଙ୍କ ପରେ ଖୁବଶୀଘ୍ର ଶ୍ରଦ୍ଧା ପ୍ରିୟଙ୍କାଙ୍କୁ ପଛରେ ପକାଇବା ସହ ସର୍ବାଧିକ ଫୋଲର୍ସ ଥିବା ଅଭିନେତ୍ରୀ ଭାବେ ବୋଲି ଶୁଣିବାକୁ ମିଳୁଛି ।