
ଆଗକୁ ପାଖେଇ ଆସୁଛି ଚଳିତ ବର୍ଷର ସ୍ୱାଧୀନତା ଦିବସ।ଏଥି ପାଇଁ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡୀ କରାଯାଇଛି ।ସ୍ୱାଧୀନଦା ଦିବସ ପୂର୍ବରୁ ଦିଲ୍ଲୀରେ କୌଣସି ବଡ଼ ଧରଣର ବ୍ଲାଷ୍ଟ ଯୋଜନା କରୁଥିଲା ଏହି କୁଖ୍ୟାତ ଆତଙ୍କୀ।ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀକୁ ଧରିଲା ଦିଲ୍ଲୀ ପୁଲିସ। ଅସ୍ତ୍ରଶସ୍ତ୍ରକୁ ଜବତ କରିବା ସହ ରିଜୱାନ୍ ଅଲୀକୁ ଗିରଫ କରିଛି।ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀ ଦିଲ୍ଲୀ-ଫରିଦାବାଦ ସୀମାରୁ ଧରା ପଡିଥିଲା ମାତ୍ର ୨୦୨୩ମସିହାରେ ପୁଲିସ ହେପାଜତରୁ ଖସି ପଳାଇଯାଇଥିଲା ।ପୁଣିଥରେ ରିଜୱାନ୍ ଅଲୀକୁ ଧରିବାରେ ଦିଲ୍ଲୀ ପୋଲିସ ସକ୍ଷମ ହୋଇଛି ।ରିଜୱାନ୍ ଅଲୀକୁ ଧରାଇବା ପାଇଁ ଏନ୍ଆଇଏ ୩ ଲକ୍ଷର ପୁରସ୍କାର ରାଶି ଘୋଷଣା କରିଥିଲା। ତେବେ ସ୍ୱାଧୀନତା ଦିବସ ପୂର୍ବରୁ ଇସଲାମିକ୍ ଷ୍ଟେଟ୍ ଆତଙ୍କୀ ରିଜୱାନ୍ ଅଲୀ ଧରାପଡିଛି।