ଗତ କିଛି ଦିନ ହେବ ରାଜ୍ୟରେ ବାର୍ଡଫ୍ଲୁ ଆତଙ୍କ ଦେଖାଦେଇଥିଲା ।ରାଜ୍ୟରୁ ବର୍ତ୍ତମାନ ବାର୍ଡ ଫ୍ଲୁ ବିପଦ ଟଳିଯାଇଛି । ଆଉ କୌଣସି ସ୍ଥାନରେ ନୂଆ ବାର୍ଡ ଫ୍ଲୁ ସଂକ୍ରମଣ ଦେଖାଯାଇନି ।ଏଥର ଚିକେନ ଅଣ୍ଡା ଖାଇଲେ କିଛି ଅସୁବିଧା ହେବ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
କାରଣ ବାର୍ଡ ଫ୍ଲୁ ଆଉ ନାହିଁ । ପ୍ରଭାବିତ ପିପିଲି ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପାତି ଦିଆଯାଉଥିଲା । ପ୍ରତିବର୍ଷ ଏହି ସିଜିନ୍ରେ ବାର୍ଡ ଫ୍ଲୁ ହୋଇଥାଏ । ଭଲଭାବରେ ଅଧିକ ଉତ୍ତାପରେ ଚିକେନ୍କୁ ରୋଷେଇ କରି ଖାଇଲେ କିଛି ଅସୁବିଧା ନାହିଁ ।