
ମୁମ୍ବାଇ: ଡାଇରେକ୍ଟର ଏସଏସ ରାଜମୌଳୀଙ୍କ ବ୍ଲକ ବଷ୍ଟର ଫିଲ୍ମ RRRର ଖଳନାୟକ ରେ ଷ୍ଟିବନସନ (Ray Stevenson) ଆଉ ନାହାନ୍ତି । ୫୮ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି । ମେ’ ୨୫ ତାରିଖ ସେ ତାଙ୍କର ୫୯ତମ ଜନ୍ମଦିନ ପାଳନ କରିଥିଲେ । ରେ’ଙ୍କ ପିଆର ଏଜେନ୍ସି ଇଣ୍ଡିପେଣ୍ଡେଣ୍ଟ ଟାଲେଣ୍ଟ ତାଙ୍କର ନିଧନ ଖବର ସୂଚନା ଦେଇଛି ।
ଆରଆରଆର୍ ଫିଲ୍ମର ଖଳନାୟକ ରେ ଷ୍ଟିବନସନ୍ ଭୂମିକା ସମସ୍ତଙ୍କୁ ପ୍ରଭାବିତ କରିପାରିଥିଲେ । ଏହି ଫିଲ୍ମ ମଧ୍ୟ ସାରା ଦୁନିଆରେ ଦର୍ଶକଙ୍କ ହୃଦୟଙ୍କୁ ଛୁଇଁପାରିଥିଲା । ଆରଆରଆର ଫିଲ୍ମ ସହିତ ଷ୍ଟିବନସନ୍ ହଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ବିଶେଷ କରି ଐତିହାସିକ ଫିଲ୍ମ ‘୧୨୪୨: ଗେଟୱେ ଟୁ ଦ ୱେଷ୍ଟ’ ରେ ଅଭିନୟ କରି ଷ୍ଟିବନସନ ବେଶ ଚର୍ଚ୍ଚିତ ଥିଲେ । ଏହାବ୍ୟତୀତ ଡିଜନୀ ପ୍ଲସ ହଟଷ୍ଟାରରେ ଧାରାବାହିକ ଅଶୋକାରେ ଅଭିନୟ କରିବାକୁ ଯାଉଥିଲେ ।
୬ ଫୁଟ୍ ୪ ଇଞ୍ଚ୍ ଉଚ୍ଚତା ବିଶିଷ୍ଟ ଷ୍ଟିଭେନ୍ସନ୍ ଅନେକ ଥର ସିନେମାରେ ଜଣେ ସୈନିକର ଭୂମିକା ନିଭାଇଛନ୍ତି। ଏପରିକି ସେ ଏକ ସାକ୍ଷାତ୍କାରରେ କହିଥିଲେ କି ‘ମୁଁ ନିଜକୁ ଜଣେ ପୁରୁଣା ଯୋଦ୍ଧା ବୋଲି ଅନୁଭବ କରୁଛି’।
ଛୋଟ ପରଦା କଥା କହିଲେ ସେ ‘ରୋମ୍’ ଧାରାବାହିକରେ ରଗିସ୍ ଟିଟସ୍ ପୁଲୋ ଭୂମିକାରେ ଦେଖିବାକୁ ମିଳିଥିଲେ। ଏହି ଚରିତ୍ର ହିଁ ଆମେରିକାରେ ତାଙ୍କର କ୍ୟାରିୟର୍କୁ ଆଗକୁ ନେଇବାରେ ସହାୟ ହୋଇଥିଲା। ଏପରିକି ଏହି ଚରିତ୍ର ପାଇଁ ତାଙ୍କୁ ୪୪ ବର୍ଷ ବୟସରେ ଏସ୍ଏଜି କାର୍ଡ ମିଳିଥିଲା।