
ରିଲିଜ୍ ହେଲା ଚଳଚିତ୍ର “ଦି ଭ୍ୟାକ୍ସିନ୍ ୱାର” । ଫିଲ୍ମଟି ଅନ୍ୟ ଚଳଚିତ୍ର ମାନଙ୍କଠୁ ସମ୍ପୂର୍ଣ ଭିନ୍ନ l ପ୍ରଥମ ରିଭ୍ୟୁରେ ଏହାକୁ ପାୱାରଫୁଲ୍ ଦର୍ଶାଯାଇଛି । ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଧେଶିତ ଏହି ଚଳଚିତ୍ରରେ କରୋନା କାଳର ବୈଜ୍ଞାନିକମାନେ କିପରି ଲୋକଙ୍କୁ ବଞ୍ଚେଇବାକୁ ଯାଇ କୋଭ୍ୟାକସିନ ତିଆରି କରିଥିଲେ ସେ ଉପରେ ଆଧାରିତ l

୨ଘଣ୍ଟା ୪୦ ମିନିଟର ଏହି ଫିଲ୍ମରେ ବୈଜ୍ଞାନିକମାନଙ୍କୁ ସମାଜର ପ୍ରକୃତ ହିରୋ ଭାବେ ଚିତ୍ରଣ କରାଯାଇଛି । ଏହା ବ୍ୟତୀତ ଫିଲ୍ମଟି ସମ୍ପୂର୍ଣ୍ଣରୁପେ ଓମେନ୍ ପାୱାର ଉପରେ ପର୍ଯ୍ୟବେସିତ ହୋଇଛି l ଫିଲ୍ମରେ ନାନା ପାଟେକର, ପଲ୍ଲବୀ ଯୋଶୀ, ଅନୁପମ ଖେର, ରାଇମା ସେନ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି । ବୋହୁ ଦିନ ପରେ ନାନା ପାଟେକରଙ୍କୁ ପୁଣି ଥରେ ପରଦାରେ ଦେଖିବାକୁ ମିଳିଛି l ଫିଲ୍ମଟିକୁ ଦେଖି ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ କହିଛନ୍ତି ସିନେମାଟି ଜ୍ଞାନବର୍ଦ୍ଧକ ଓ ପ୍ରେରଣାଦାୟକ ଅଟେ ।