
ଭାରତୀୟ ସିନେମାରେ ନିଜର ଉଜ୍ଜ୍ୱଳ ଦିଗ ପାଇଁ ଜଣାଶୁଣା ନିର୍ଦ୍ଦେଶକ ଏସ୍ ଏସ୍ ରାଜାମୌଲି ପୁଣି ଥରେ ବକ୍ସ ଅଫିସରେ ଧମାଲ ସୃଷ୍ଟି କରିବାକୁ ଆସୁଛନ୍ତି । ଖୁବ୍ ଶୀଘ୍ର ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ମେଡ଼ ଇନ୍ ଇଣ୍ଡିଆ’ ସହିତ ଏକ ଉତ୍ସାହ ସୃଷ୍ଟି କରିବାକୁ ଆସୁଛନ୍ତି l
ଏହି ଚଳଚ୍ଚିତ୍ରଟି ଭାରତୀୟ ସିନେମାର ଇତିହାସ ଦେଖାଇବାକୁ ଯାଉଛି l ଯାହା ବାୟୋପିକ୍ ଭାବରେ ଉପସ୍ଥାପିତ ହେବ l ଏହି ଚଳଚ୍ଚିତ୍ରର କାହାଣୀ ଏସ୍ ରାଜାମୌଲି ପୁଅ ଏସ୍ କାର୍ତ୍ତିକେୟା ଏବଂ ବରୁଣ ଗୁପ୍ତା ଉପସ୍ଥାପନ କରିବାକୁ ଯାଉଛନ୍ତି । ଆଜି ଫିଲ୍ମର ଏକ ଛୋଟ କ୍ଲିପ୍ ସେୟାର କରୁଥିବାବେଳେ ନିର୍ଦ୍ଦେଶକ ପ୍ରଶଂସକଙ୍କୁ ଏହି ଉପହାର ଦେଇଛନ୍ତି ।
ବାହୁବଲୀ, R.R.R ଭଳି ଜବରଦସ୍ତ ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ଏସ.ଏସ୍ ରାଜାମୌଲି ଆଜି ତାଙ୍କର ନୂଆ ଚଳଚ୍ଚିତ୍ର ଘୋଷଣା କରିଛନ୍ତି । ଏହି ଫିଲ୍ମର ନାମ ହେଉଛି “ମେଡ୍ ଇନ୍ ଇଣ୍ଡିଆ” । ଏହି ଚଳଚ୍ଚିତ୍ରକୁ ଭାରତୀୟ ସିନେମାର ବାୟୋପିକ୍ ଭାବରେ ବର୍ଣ୍ଣନା କରାଯାଇଛି l ଚଳଚ୍ଚିତ୍ର ନିର୍ମାତା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମେଡ ଇନ୍ ଇଣ୍ଡିଆକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ଯେ ଏକ ନୋଟ୍ ସହିତ ସେ କହିଛନ୍ତି, “ଯେତେବେଳେ ମୁଁ ପ୍ରଥମ ଥର ଏହି (ମେଡ୍ ଇନ୍ ଇଣ୍ଡିଆ) କାହାଣୀ ଶୁଣିଲି, ଏହା ମୋତେ ଅନ୍ୟ କୌଣସି ଜିନିଷ ଅପେକ୍ଷା ଅଧିକ ଭାବପ୍ରବଣ କରିଥିଲା। ମେଡ୍ ଇନ୍ ଇଣ୍ଡିଆ ନିତିନ କକ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ବରୁଣ ଗୁପ୍ତା ଏବଂ ଏସ୍ କାର୍ତ୍ତିକେୟଙ୍କ ଦ୍ୱାରା ନିର୍ମିତ l