ଭୁବନେଶ୍ଵର: ଓଡ଼ିଶା ପୋଲିସ ପରୀକ୍ଷା ସ୍ଥଗିତ । ଓଡ଼ିଶା ପୋଲିସର ଗ୍ରୁପ୍-ବି ପଦବୀ ପରୀକ୍ଷା ସ୍ଥଗିତ । ଆସନ୍ତା ୮ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । OPRB ଦ୍ବାରା ହେବାକୁ ଥିବା ପରୀକ୍ଷା ଅନ୍ୟାଦେଶ ଯାଏଁ ସ୍ଥଗିତ କରାଯାଇଛି ।
ସୂଚନା ଅନୁସାରେ, ମାର୍ଚ୍ଚ ୯ରେ ସହକାରୀ କୃଷି ଅଧିକାରୀ ପରୀକ୍ଷା ଏବଂ ଏସଆଇ ପରୀକ୍ଷା ଗୋଟିଏ ଦିନରେ ଥିବାରୁ ପରୀକ୍ଷାର୍ଥୀ ତଥା ଚାକିରି ଆଶାୟୀ ଅସନ୍ତୋଷ ପ୍ରକାଶ କରିଥିଲେ । କାର୍ଯ୍ୟସୂଚୀ ବିଶୃଙ୍ଖଳାର ପ୍ରତିବାଦରେ ଷ୍ଟୁଡେଣ୍ଟସ୍ ଏଗେନଷ୍ଟ କରପସନ୍ (ଏସଏସି) ସଂଗଠନ ଏନେଇ ରାସ୍ତାକୁ ଓହ୍ଲାଇଥିଲେ । ଫଳରେ ଏହି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି । ଯାହା ଫଳରେ ଆଶାୟୀମାନେ ଆଶ୍ୱସ୍ତି ଲାଭ କରିଛନ୍ତି ।
ତେବେ ପରୀକ୍ଷାର୍ଥୀମାନେ ନୂଆ ତାରିଖ ଜାଣିବା ପାଇଁ ଓଡିଶା ପୋଲିସ ୱେବସାଇଟ ନିୟମିତ ଦେଖିବାକୁ ପରାମର୍ଶ ଦିଆଯାଇଛି ।