
ମାଲକାନଗିରି: ଛତିଶଗଡ଼ ସୁକମା ଜିଲ୍ଲାରେ ଏନକାଉଣ୍ଟର। ସୁରକ୍ଷାବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୨ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କ ଶବ ଜବତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି।
ସୂଚନାନୁଯାୟୀ, ସୁକମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ନକ୍ସଲମାନେ ସକ୍ରିୟ ଥିବା ନେଇ ଗୁଇନ୍ଦା ସୂତ୍ରରୁ ସୂଚନା ମିଳିଥିଲା। ଏହାପରେ ଡିଆରଜି ଏବଂ କୋବ୍ରାର ଜଏଣ୍ଟ ଟିମ୍ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ନକ୍ସଲମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚଳାଇଥିଲେ। ଯବାନମାନେ ଏହାର ପାଲଟା ଜବାବ ଦେଇଥିଲେ। ଏହି ଏନକାଉଣ୍ଟରରେ ୨ ନକ୍ସଲ ନିହତ ହୋଇଛନ୍ତି। ସେମାନଙ୍କର ଶବ ଜବତ କରାଯାଇଛି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି।
ସେପଟେ ଭୁଶୁଡ଼ିବାରେ ଲାଗିଛି ଲାଲ ଗଡ଼। ଦୁର୍ବଳ ହେଉଛି ମାଓ ସଙ୍ଗଠନ। ଆଜି ଛତିଶଗଡ଼ ବିଜାପୁର ଜିଲ୍ଲା ଏସପିଙ୍କ ନିକଟରେ ୭ ଜଣ ହାର୍ଡକୋର୍ ମାଓବାଦୀ ଆତ୍ମସମର୍ପଣ କରିଥିବା ନେଇ ଜଣାପଡିଛି । ଛତିଶଗଡ଼ର ସୁକୁମା ଜିଲ୍ଲା ଏସପି କିରଣ ଚୌହାନ ଓ ସିଆରପିଏଫ କମାଣ୍ଡେଣ୍ଟଙ୍କ ନିକଟରେ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କ ମୁଣ୍ଡ ଉପରେ ଛତିଶଗଡ଼ ସରକାର ପୂର୍ବରୁ ୩୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ। ଏମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ସୁକୁମା ଏସପି ୨୫ ହଜାର ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରିଛନ୍ତି।