ଭୁବନେଶ୍ଵର: ମାଟ୍ରିକ୍ ପରୀକ୍ଷାରେ ବଡ଼ ବିଭ୍ରାଟ। ବିଜ୍ଞାନ B ସେଟ୍ରେ ୪ ମାର୍କ କମ୍ ଥିବା ଅଭିଯୋଗ। ସେହିପରି ବିଜ୍ଞାନ C ସେଟ୍ରେ କିଛି ତ୍ରୁଟି ଥିବା ସ୍ଵୀକାର କଲା ବୋର୍ଡ। ୪ ମାର୍କ ବିଷୟରେ ନିଷ୍ପତ୍ତି ନେବ କଣ୍ଡକ୍ଟିଂ ବୋର୍ଡ। ଅପର ପକ୍ଷରେ ଆଉ କିଛି ସ୍ଥାନରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ଆସିଛି। ପ୍ରଶ୍ନପତ୍ର ଭାଇରାଲ କଥାକୁ ବୋର୍ଡ କର୍ତ୍ତୃପକ୍ଷ ଖାରଜ କରିଛନ୍ତି। ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।
ଏନେଇ ବୋର୍ଡ ସଭାପତି କହିଛନ୍ତି ଯେ, କିଛି ପରୀକ୍ଷା କେନ୍ଦ୍ରକୁ ଯାଇଥିବା ସି ସେଟ୍ ସବଜେକଟିଭ ପ୍ରଶ୍ନ ପତ୍ରରେ ୪ ମାର୍କ ମିସ୍ ପ୍ରିଣ୍ଟ ରହିଛି। ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ। ପିଲାଙ୍କ ମାର୍କିଂ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆଜି କପି କଲା ବେଳେ ୧୧ ଜଣ ପରୀକ୍ଷାର୍ଥୀ ଧରା ପଡିଛନ୍ତି। ପ୍ରଶ୍ନପତ୍ର ଭାଇରାଲ୍ ନେଇ ଆମ ପାଖେ କୌଣସି ଅଭିଯୋଗ ନାହିଁ।
ଅପର ପକ୍ଷରେ ଆଉ କିଛି ସ୍ଥାନରେ ମାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ଆସିଛି। ପ୍ରଶ୍ନପତ୍ର ଭାଇରାଲ କଥାକୁ ବୋର୍ଡ କର୍ତ୍ତୃପକ୍ଷ ଖାରଜ କରିଛନ୍ତି। ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ତେବେ ମାଟ୍ରିକ ପରୀକ୍ଷାର ଆଜି ଥିଲା ଚତୁର୍ଥ ଦିନ । ଚତୁର୍ଥ ଦିନରେ ଆଜି ବିଜ୍ଞାନ ବିଷୟରେ ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । ପରୀକ୍ଷା ୯ଟାରୁ ଆରମ୍ଭ ହୋଇ ସାଢ଼େ ୧୧ଟା ଯାଏ ଚାଲିଥିଲା ।