
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜର ବିଜୟ କୁମାର ଉଦୟସିଂ ଗିରଫ ହୋଇଛନ୍ତି । ଜୁନିୟର ମ୍ୟାନେଜରଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ବୁଧବାର ଠାରୁ ଆଜି ପର୍ଯ୍ୟନ୍ତ ବିଜୟଙ୍କ ୬ଟି ଠିକଣାରେ ରେଡ୍ କରିଥିଲା ଭିଜିଲାନ୍ସ ।ଚଢ଼ାଉ ବେଳେ ୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ଏ ନେଇ ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ ଜେଠଓ୍ବାଙ୍କ ସୂଚନା ପ୍ରଦାନ କରିଛନ୍ତି ।୫୫.୫ ଲକ୍ଷର ବ୍ୟାଙ୍କ ଜମା ସହ ଭିଜିଲାନ୍ସ ନଗଦ ସାଢ଼େ ୪.୫ଲକ୍ଷ ଟଙ୍କା ଜବତ କରିଛି।