
ଅକ୍ଷରଭୂମି ସାମ୍ନାରେ ପ୍ରତିଷ୍ଠା ହେବ ଅସ୍ମିତା ଭବନ । ଭୁବନେଶ୍ୱର ଗଜପତି ନଗରରେ କଳାମଣ୍ଡଳ ପରିସରରେ ଥିବା ଅକ୍ଷର ଭୂମି ସାମ୍ନାରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ସମଗ୍ର ଓଡିଶାର ଗରିମାକୁ ପ୍ରଦର୍ଶନ କରିବ ଏହି ଅସ୍ମିତା ଗୃହ । ଏନେଇ ସରକାର ଯେଉଁ ସ୍ବପ୍ନ ଦେଖିଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ତାହା ଏବେ ବାସ୍ତବରେ ପରିଣତ ହେବାକୁ ଯାଉଛି ବୋଲି କହିଛନ୍ତି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ମନ୍ତ୍ରୀ କହିଛନ୍ତି, ଆସନ୍ତା ନଭେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗସ୍ତରେ ଆସୁଛନ୍ତି । ଏହି ସମୟରେ ଓଡିଆ ଅସ୍ମିତା ଭବନର ଭିତ୍ତିପ୍ରସ୍ତର ସ୍ଥାପନା କରିବେ ମୋଦି । ଏନେଇ ଅକ୍ଷର ଭୂମି ଆଗରେ ଯେଉଁ ଜମି ବିବାଦ ଥିଲା ତାହା ଏବେ ସମାଧାନ ହେବା ପରେ ପ୍ରାୟ ସାଢେ ୪ ଏକର ଜମି ଉପରେ ଓଡିଆ ଅସ୍ମିତା ଗୃହ ନିର୍ମାଣ ହେବ । ଯାହା ୩୬୦ ଡିଗ୍ରୀରେ ସମଗ୍ର ଓଡ଼ିଶାର କଳା ସଂସ୍କୃତିକୁ ପ୍ରଦର୍ଶିତ କରିବ ।