ରାଜ୍ୟସଭା ସଂସଦ ପ୍ରାର୍ଥୀ ସୁଜିତ କୁମାର ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଭର୍ତ୍ତୃହରି ମହତାବ, ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ଉପସ୍ଥିତରେ ସେ ବିଜେପିରେ ଯୋଗ ଦେଇଛନ୍ତି । ମମତା ମହନ୍ତଙ୍କ ପରେ ଓଡ଼ିଶାର ଦ୍ବିତୀୟ ରାଜ୍ୟସଭା ସାଂସଦ ଭାବେ ଇସ୍ତଫା ଦେଲେ ସୁଜିତ। ରାଜ୍ୟସଭା ଚେୟାରମ୍ୟାନଙ୍କୁ ପଠାଇଛନ୍ତି ଇସ୍ତଫା ପତ୍ର।
ଦଳ ବିରୋଧୀ କାର୍ଯ୍ୟକ୍ରମ ଯୋଗୁଁ ସୁଜିତ କୁମାରଙ୍କୁ ବିଜୁ ଜନତା ଦଳରୁ ବହିଷ୍କୃତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସଭା ସାଂସଦ ସୁଜିତ କୁମାରଙ୍କ କାର୍ଯ୍ୟକାଳ ୨୦୨୬ ମସିହା ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଥିଲା। ହେଲେ ଏହା ପୂର୍ବରୁ ରାଜ୍ୟସଭା ପଦ ଛାଡ଼ିବା ନେଇ ଚର୍ଚ୍ଚା ଲାଗି ରହିଥିଲା।