
ଭୁବନେଶ୍ୱର: ଥମୁନି ମେଣ୍ଟ ଚର୍ଚ୍ଚା l ଦିଲ୍ଲୀ ରେ ହେଉଛି ବିଜେପି ବୈଠକ ତ ନବୀନ ନିବାସରେ ହେଉଛି ବିଜେଡି ବୈଠକ l ସେହିପରି ଆଜି ମଧ୍ୟ ଅପରାହ୍ନରେ ବସିବ ବିଜେଡିର ଗୁରୁତ୍ଵପୂର୍ଣ୍ଣ ବୈଠକ। ଆଜି ଅପରାହ୍ନ ୪ଟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ବୈଠକ ଅନୁଷ୍ଠିତ ହେବାର ସୂଚନା ମିଳିଛି । ଏଥିରେ ଦଳର ସମସ୍ତ ଜିଲ୍ଲା ପର୍ଯ୍ୟବେକ୍ଷକ ଓ କୋର କମିଟି ସଦସ୍ଯ ଯୋଗଦେବେ।
ବୈଠକରେ ଆଗାମୀ ନିର୍ବାଚନ ପରିଚାଳନା ନେଇ ଆଲୋଚନା କରାଯିବ। ବିଭିନ୍ନ ଆସନ ସହ ସମ୍ଭାବ୍ଯ ପ୍ରାର୍ଥୀ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇପାରେ। ସେହିପରି ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦଳ ରୋଡମ୍ଯାପ ମଧ୍ଯ ପ୍ରସ୍ତୁତ କରିପାରେ। ସପ୍ତାହେ ତଳେ ନବୀନ ନିବାସରେ ବସିଥିଲା ପ୍ରଥମ ବୈଠକ l