
ଅତାବିରା ଓ ହିନ୍ଦୋଳରେ ବାଜି ମାରିଲା ବିଜେଡି । ଦଳକୁ ମିଳିଲା ଅଦ୍ଭୁତପୂର୍ବ ସଫଳତା । ବିଜୟ ଦେଲା କି ୨୦୨୪ ପାଇଁ ସଂକେତ? ଝାରସୁଗୁଡାରେ ହେବ କି ଏକତରଫା ନିର୍ବାଚନ? ବିରୋଧୀ ବାକ୍ୟବାଣରେ ଥିବା କହିଲା ବିଜେଡି । ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବାଜିମାତ । ଦୁଇ ଏନଏସିରେ ଦଳର ଶଙ୍ଖନାଦ । ଅତାବିରାରେ ୧୨ଟି ୱାର୍ଡରୁ ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ହିନ୍ଦୋଳରେ ୧୬ଟି ୱାର୍ଡରୁ ୧୧ଟି ବିଜୟୀ ହୋଇଛି ଦଳ । ଉଭୟ ଅତାବିରା ଓ ହିନ୍ଦୋଳରେ ଚେୟାରମ୍ୟାନ ପଦ ମଧ୍ୟ ବିଜେଡି ଖାତାକୁ ଯାଇଛି ।
ଏହି ବିଜୟ ପରେ ବେଶ ଉତ୍ସାହିତ ଅଛନ୍ତି ଦଳୀୟ କର୍ମୀ ଓ ନେତା । ଦଳୀୟ ନେତା କହିଛନ୍ତି, ୨୦୨୪ ପାଇଁ ସଂକେତ ଦେଇଛି ଏହି ବିଜୟ । ଯାହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତାକୁ ଦର୍ଶାଉଛି । ଆଗାମୀ ସାଧାରଣ ନିର୍ବାଚନରେ ମଧ୍ୟ ଏଭଳି ଫଳାଫଳ ପ୍ରତିଫଳିତ ହେବ । ଝାରସୁଗୁଡାରେ ବିଜେଡି ଏକତରଫା ଭାବେ ବିଜୟ ହାସଲ କରିବ । ଆଗୁଆ ପ୍ରାର୍ଥୀ ଘୋଷଣା ସହ ପର୍ଯ୍ୟବେକ୍ଷକ ଟିମ କରି ନିର୍ବାଚନ ପାଇଁ ଦଳ ପ୍ରସ୍ତୁତି ଶେଷ କରିଛି । ଦିନକୁ ଦିନ ଲୋକଙ୍କ ଭରସା ମୁଖ୍ୟମନ୍ତ୍ରୀଙ୍କ ଉପରେ ବଢି ଚାଲିଛି । ବିରୋଧୀ ଯାହା କହିଲେ ବି କିଛି ପ୍ରଭାବ ପଡିବନି ।
ବିଜେଡି କାମ କରୁଥିବା ବେଳେ ବିରୋଧୀ ବାକ୍ୟବାଣରେ ଅଛନ୍ତି । ଏହି ନିର୍ବାଚନ ୨୦୨୪ ପାଇଁ ସଂକେତ ଦେଇଛି । ଝାରସୁଗୁଡା ନିର୍ବାଚନ ଏକତରଫା ହେବ । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟଶୈଳୀ, ଲୋକପ୍ରିୟତା, ଲୋକାଭିମୁଖୀ ଯୋଜନା ଏହାର ମୁଖ୍ୟ ଆଧାର ପାଲଟିବ ବୋଲି ବିଜେଡି କହିଛି । ତେବେ ଅତାବିରାରେ ୧୨ଟି ୱାର୍ଡରୁ ବିଜେଡି ୧୧ଟି ୱାର୍ଡରେ ବିଜେଡି ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡ କଂଗ୍ରେସ ଖାତାକୁ ଯାଇଛି । ସେହିପରି ହିନ୍ଦୋଳରେ ୧୬ଟି ୱାର୍ଡରୁ ବିଜେଡି ୧୧ ଟି ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୫ଟି ୱାର୍ଡରେ ବିଜୟୀ ହୋଇଛି । ଅତାବିରାରେ ବିଜେଡିର ବନମାଳି ବରିହା ଅଧ୍ୟକ୍ଷ ଆସନ ହାତେଇଥିବା ବେଳେ ହିନ୍ଦୋଳରେ କେଶବ ପ୍ରଧାନ ଚେୟାରମ୍ୟାନ୍ ପଦ ହାତେଇଛନ୍ତି ।