 
        ରୁପା ଇଟା ସହ ନଗଦ ଟଙ୍କା ଟଙ୍କା ଚାଲାଣ ହେଉଥିଲା ।ଜିଏସ୍ଟି ଫାଙ୍କି ବ୍ରହ୍ମପୁରରୁ କୋଲକତା ଅଭିମୁଖେ କାର୍ଟି ବାହାରିଥିବା ବେଳେ ବାଟରେ ମାଡ଼ି ବସିଲା ପୁଲିସ୍। ଏପରି ଏକ କାର୍କୁ ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୁଲିସ୍ ଅଟକ ରଖିଛି ।ଚେକିଂ ବେଳେ ଗୋଟିଏ କାରରୁ ୭୩ଟି ରୁପା ଇଟା ସହ ନଗଦ ୫ଲକ୍ଷ ୪୨ହଜାର ୬୦୦ଟଙ୍କା ଜବତ କରିଛି ପୋଲିସ ।
ପୁଲିସ କାର୍କୁ ଜବତ କରିଥିବା ବେଳେ ଦୁଇଜଣ ବ୍ୟବସାୟୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି । ଅଧିକ ପଚରାଉଚରା ପରେ ବିନା ଜିଏସଟି ରେ ଏହି ରୁପା ବ୍ୟବସାୟ ହେଉଥିବା ପୁଲିସ ଜାଣିବାକୁ ପାଇଛି। ତେଣୁ ଅଧିକ ତଦନ୍ତ ପାଇଁ ଜିଏସଟି ଅଧିକାରୀ ଙ୍କୁ ଖବର ଦିଆଯାଇଛି। ସେମାନେ ପହଞ୍ଚି ଦୁଇ ଅଟକ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୁଲିସ୍ ଅଧିକାରୀ କହିଛନ୍ତି।ତେବେ ଉକ୍ତ ରୁପା ଇଟାର ମୂଲ୍ୟ ୭୫ଲକ୍ଷ ବୋଲି ଜଣାପଡିଛି ।
 
         
         
         
         
         
        