
ରାସନକାର୍ଡହିତାଧିକାରୀଙ୍କ ପାଇଁ ବଡ ଖବର ।ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇ-କେୱାଇସିକୁ ନେଇ ସାଧାରଣରେ ଥିବା ଦ୍ଵନ୍ଦ ଦୂର କରିଛନ୍ତି ।ମନ୍ତ୍ରୀ କହିଛନ୍ତି, ଇ-କେୱାଇସି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି। ଏଯାଏଁ ୮୫ ପ୍ରତିଶତ ଲୋକ ଇ-କେୱାଇସି କରିସାରିଲେଣି। ୧୬ ଲକ୍ଷ ଅଯୋଗ୍ୟ ରାସନକାର୍ଡ ହିତାଧିକାରୀ ଚିହ୍ନଟ ହୋଇଛନ୍ତି।
ସରକାରଙ୍କ ଲକ୍ଷ ଯେଉଁମାନେ ଭୂତ ରାସନକାର୍ଡ କିମ୍ବା ଅଯୋଗ୍ୟ ସେମାନଙ୍କୁ ବାଦ୍ ଦେବା। ରାସନକାର୍ଡରୁ ବାଦ୍ ପଡ଼ିବେ ୧୬ ଲକ୍ଷ ଅଯୋଗ୍ୟ ହିତାଧିକାରୀ। ରୋହିଙ୍ଗ୍ୟା କିମ୍ବା ବିଦେଶୀଙ୍କୁ ମିଳିଥିବା ରାସନ କାର୍ଡର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରୋହିଙ୍ଗ୍ୟାମାନେ କାର୍ଡ ପାଇଥିଲେ ଏହାକୁ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଆଉ ଅଳ୍ପ ଦିନ ଭିତରେ ଇ-କେୱାଇସି ଯାଞ୍ଚ ଶେଷ ହେବ। ଏହାପରେ ଯେଉଁମାନେ ଅଯୋଗ୍ୟ ଥିବେ ରାଜ୍ୟ ସରକାର ସେମାନଙ୍କ କାର୍ଡ କାଟିବେ ବୋଲି ମନ୍ତ୍ରୀ କହିଛନ୍ତି।