
ସମ୍ପତି ପାଇଁ ହଜିଗଲା ମାନବିକତା ।ସାମାନ୍ୟ ସମ୍ପତି ପାଇଁ ଜୀବନ ନେବାକୁ ପଛେଇଲାନି ପୁଅ ।ସମ୍ପତ୍ତି ଲୋଭରେ ମାନବିକତାର ସବୁ ସୀମା ଡେଇଁଲେ ଅଭିଯୁକ୍ତ । ମାଝିଅକୁ ଜାଳିଦେଲେ ପୁଅ ଓ ନାତି । ବର୍ତ୍ତମାନ ଏହି ଖବର ସାରା ରାଜ୍ୟରେ ଚହଳ ପକାଇଛି । ସମ୍ପତ୍ତି ଲୋଭର ଜମେ ମଣିଷ କେତେ ତଳକୁ ଖସିଯାଇପାରେ ତାହା ଦେଖି ଆବାକ ହୋଇପଡିଛନ୍ତି ଲୋକେ ।
ସମ୍ବଲପୁର ମାନେଶ୍ୱରରେ ଜଳିଯାଇ ମା’-ଝିଅଙ୍କ ମୃତ୍ୟୁ ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିଛି । ଖବର ପାଇବା ପରେ ମୃତକଙ୍କ ପୁଅ ନାତିକୁ ଗିରଫ କରିଛି ପୋଲିସ । ସମ୍ପତ୍ତି ଲୋଭରେ ହତ୍ୟା ଅଭିଯୋଗରେ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ବେଳଏ ଘଟଣାସ୍ଥଳରେ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଛି । ଏହି ଘଟଣାରେ ପୋଲିସ ତାଙ୍କ ପରିବାରକୁ ଥାନାକୁ ନେଇ ପଚରାଉଚରା କରିଥିଲା । ସମ୍ପତ୍ତି ବିବାଦ ଯୋଗୁଁ ଏଭଳି ଘଟଣା ଘଟି ଥାଇ ପାରେ ବୋଲି ପୋଲିସ ତଦନ୍ତ ଆରମ୍ଭରୁ କହିଆସୁଛି ।
ଜଗନ୍ନାଥଙ୍କ ସାନ ଭଉଣୀ ଇନ୍ଦ୍ରାଣୀ ପୁରୋହିତଙ୍କ ଏତଲା କ୍ରମେ ପୋଲିସ ଜଗନ୍ନାଥ ଓ ତାଙ୍କ ପୁଅକୁ ରାତି ସାରା ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ସକାଳେ ଦୁହିଁଙ୍କୁ ଗିରଫ କରିଛି ପୁଲିସ । କାହାରି ଉତ୍ତର କାହା ସହ ମେଳ ଖାଉନଥିଲା । ଏବେ ଅଧିକ ତଥ୍ୟ, ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି ପୋଲିସ । ସେପଟେ ମୃତ ସୈରେନ୍ଦ୍ରିଙ୍କ ହାତ ମୁଠାରେ ଜଗନ୍ନାଥଙ୍କ ପୁଅର ଚୁଟି ରହିଥିବା ସୂଚନା ମିଳିଛି । ଜଗନ୍ନାଥଙ୍କ ଦେହରେ ମଧ୍ୟ ଆମ୍ପୁଡା ଦାଗ ରହିଛି ।
ପୋଲିସ ଏସବୁକୁ ନେଇ ଅଧିକାର ତଦନ୍ତ ଜାରି ରଖିଛି । ସମ୍ବଲପୁର ମାନେଶ୍ଵର ହାତପଦା ଠାରେ ଏକ କୋଠାରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ପୋଡ଼ି ହୋଇ ଜଣେ ବୃଦ୍ଧା ଓ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ମୃତ ମା’ଙ୍କ ବୟସ ୯୦ ଓ ଝିଅର ବୟସ ୬୨ ବର୍ଷ ।
ମୃତ ମା’ ସ୍ନେହଲତା ଦୀକ୍ଷିତ ଓ ଝିଅ ସୈରେନ୍ଦ୍ରୀ ଦୀକ୍ଷିତ ରାତିରେ ଶୋଇଥିବା ବେଳେ ନିଆଁରେ ପୋଡି ହୋଇ ମୃତ୍ୟୁ ହୋଇଥିଲା । ଦୁଇ ମହଲା ଘରର ଉପର ରୁମରେ ଘଟଣା ଘଟିଥିଲା । ତଳ ମହଲାରେ ମହିଳାଙ୍କ ପୁଅ ରହୁଥିଲେ। ଆଉ ସମ୍ପତ୍ତି ପାଇଁ ପୁଅ ହିଁ ନିଜ ମାଆ ଓ ଭଉଣୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ଗିରଫ ବାପା ଜଗନ୍ନାଥ ଦୀକ୍ଷିତ ଓ ପୁଅ ସଂକେତ ଦୀକ୍ଷିତକୁ କୋର୍ଟ ଚାଲାଣ କରିଛି ପୋଲିସ ।