
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଘାଟ ଠାରେ ୧୨ ଫୁଟ ଉଚ୍ଚତା ବିଶିଷ୍ଟ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ଓ ଗାନ୍ଧୀ ବାଟିକାକୁ ଉନ୍ମୋଚନ କରିଛନ୍ତି। ଏହି ବାଟିକାରେ ମହାତ୍ମା ଗାନ୍ଧୀଙ୍କ ଅନେକ ଗୁଡିଏ ପ୍ରତିମୂର୍ତ୍ତିକୁ ସ୍ଥାନ ମିଳିଛି। ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିବା ସମୟରେ ରାଷ୍ଟ୍ରପତି ମହାତ୍ମା ଗାନ୍ଧୀଙ୍କ ମହାନତା ବିଷୟରେ ବଖାଣିଛନ୍ତି।
ତାଙ୍କ ବୁଦ୍ଧି ଵଳରେ ଵିଶ୍ଵ ପାଇଥିଵା ନୂତନ ମାର୍ଗ ବିଷୟରେ ନିଜ ଉଦଵୋଧନରେ କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତିକୁ ବିଶ୍ଵର ପ୍ରମୁଖ ବ୍ୟକ୍ତିତ୍ଵ ଆପଣାଇଛନ୍ତି। ସାଉଥ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ଆମେରିକା ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ମହାତ୍ମାଙ୍କ ନୀତି ବିଶ୍ଵ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ବୋଲି ଦର୍ଶାଇଛନ୍ତି। ମହାତ୍ମା ଗାନ୍ଧୀଙ୍କ ପ୍ରତୀମୂର୍ତ୍ତି ଗାନ୍ଧୀ ବାଟିକାକୁ ଆସୁଥିବା ପର୍ଯ୍ୟଟକଙ୍କୁ ଖାସ କରି ଛୋଟ ପିଲାଙ୍କୁ ପ୍ରେରଣା ଯୋଗାଇବ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି।