୬ ମାସ ବିରତି ନେବେ ପ୍ରଭାସ ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଏବେ ଚର୍ଚ୍ଚାରେ । ସେ ଅଭିନୟରୁ ୬ ମାସ ବିରତି ନେବେ ବୋଲି ଜଣାଯାଇଛି । ପ୍ରଭାସଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏହା ଏକ ଦୁଃଖଦ ଖବର l ତାଙ୍କର ଆଣ୍ଠୁ ସର୍ଜରୀ ପାଇଁ ସେ ଏହି ବିରତି ନେବେ ବୋଲି କହିଛନ୍ତି । ନଭେମ୍ବର ସୁଦ୍ଧା ନିଜର ସମସ୍ତ ସୁଟିଂ ଶେଷ କରି ଡିସେମ୍ବରରେ ବିରତି ନେବେ ବୋଲି ଶୁଣାଯାଉଛି । ଟଲିଉଡ ଇଣ୍ଡଷ୍ଟ୍ରିର ପ୍ରଭାବଶାଳୀ ଅଭିନେତା ହେଉଛନ୍ତି ପ୍ରଭାସ । ବହୁ ବ୍ଲକବଷ୍ଟର ଫିଲ୍ମରେ ସେ ଅଭିନୟ କରିଛନ୍ତି । ନିକଟରେ ତାଙ୍କର ଆଦିପୁରୁଷ ରିଲିଜ୍ ହୋଇଥିଲା । ଯେଉଁଥିରେ ସେ ରାମ ଭୂମିକାରେ ଅଭିନୟ କରିଥିଲେ । ତାଙ୍କର ଅନେକ ଫିଲ୍ମ ଫ୍ଲପ୍ ହେଉଥିଲେ ବି ଟଲିଉଡ ଇଣ୍ଡଷ୍ଟ୍ରିରେ ତାଙ୍କର ଚାହିଦା ଖୁବ୍ ବେଶୀ । ଅନ୍ୟ କଳାକାରଙ୍କ ଅପେକ୍ଷା ସେ ଗୋଟେ ଫିଲ୍ମ ପାଇଁ ଅଧିକ ପାରିଶ୍ରମିକ ନେଇଥାନ୍ତି l ପ୍ରଭାସ ନିକଟରେ ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ‘ସାଲାର’ ଶୁଟିଂ ଶେଷ କରିଛନ୍ତି । ଏଥିସହ ସେ ନାଗ ଅଶ୍ୱିନଙ୍କ କାଲ୍କି ୨୮୯୮ ଏଡିରେ ମଧ୍ୟ ଦୀପିକା ପାଦୁକୋନଙ୍କ ସହ ନଜର ଆସିବେ ।