ସାପ ମାନଙ୍କ ଭିତରେ ଅହିରାଜକୁ ସାପମାନଙ୍କ ରାଜା ବୋଲି କୁହାଯାଇଥାଏ। ହେଲେ କଣ ପାଇଁ ଅହିରାଜକୁ ସାପ ଙ୍କ ରାଜା କୁହାଯାଇଥାଏ ? ଆପଣ ମାନେ ଜାଣନ୍ତି କି.. ତେବେ ଚାଲନ୍ତୁ ଜାଣିବା କିଙ୍ଗ କୋବ୍ରା ବିଷୟରେ। ସବୁଠାରୁ ବିଷାକ୍ତ ସାପ ହେଉଛି ଅହିରାଜ। ଅନ୍ୟ ସାପ ଅପେକ୍ଷା ଏହି ସାପକୁ ଦେଖିଲେ ପ୍ରବଳ ଡର ଲାଗିଥାଏ।
ଅନ୍ୟ ସାପ କାମୁଡିଲେ ଲୋକ ବଞ୍ଚିବାର ସୁଯୋଗ ଥାଏ କିନ୍ତୁ ଅହିରାଜ କାମୁଡିଲେ ବ୍ୟକ୍ତି ମୃତ୍ୟୁ ମୁଖରେ ପଡିଥାଏ। ଅହିରାଜର ମୁଣ୍ଡ ପାଖରେ ଏକ ମୁକୁଟ ପରି ଫଣା ରହିଥାଏ। କିନ୍ତୁ ଅହିରାଜର ଫଣା ନଥାଏ। ତେବେ ଏହି ମୁକୁଟ ଆହିରାଜକୁ ରାଜା ଭାବେ ପରିଚିତ କରାଇଥାଏ। ସେହିପରି ବୈଦିକ ସଂସ୍କୃତିରେ କିଙ୍ଗ କୋବ୍ରାକୁ ଏକ ମହତ୍ୱପୂର୍ଣ୍ଣ ପ୍ରାଣୀ ଭାବେ ସ୍ଥାନ ଦିଆଯାଇଛି। ଅନେକ ଦେବତା ଏବଂ ଦେବୀ ତାଙ୍କ ଆବାହନରେ ଅହିରାଜକୁ ବ୍ୟବହାର କରିଥାନ୍ତି।
ପ୍ରକୃତରେ କିଙ୍ଗ କୋବ୍ରା ଦୁନିଆର ସବୁଠାରୁ ବିଷଧର ସାପ ମାନଙ୍କ ମଧ୍ୟରେ ଗୋଟିଏ। ଏହି ସାପ ତାର ଶରୀର ଏକ ତୃତୀୟାଂଶ ଭୂମିରେ ଥାଇ ଉପରକୁ ଉଠାଇ ପାରେ। ସ୍ୱଭାବରେ ଅତି ଲାଜକୁଳା ଅହିରାଜ। ଖାଲି ଏହି କାରଣରୁ ବୁଦାରେ ଲୁଚିକରି ରହିଥାଏ କିଙ୍ଗ କୋବ୍ରା। କିନ୍ତୁ ଥରେ ଯଦି ତାକୁ ରାଗ ଆସିଯାଏ ତେବେ ଶାନ୍ତ ହେବାକୁ ସମୟ ଲାଗିଥାଏ। କିଙ୍ଗ କୋବ୍ରାର ଶବ୍ଦ ଅତି ଭୟଙ୍କର ହୋଇଥାଏ। କିଙ୍ଗ କୋବ୍ରା ନାଗ ପ୍ରଜାତିର ନୁହେଁ କିନ୍ତୁ ଭାରତରେ ଏହାକୁ ନାଗ ବୋଲି ଅଭିହିତ କରାଯାଇଥାଏ।
କିଙ୍ଗ କୋବ୍ରା ଆକାରରେ ବହୁତ ବଡ
ଏହାର ଆକାର ଆଉ ଶକ୍ତି ପାଇଁ ସାପଙ୍କ ମଧ୍ୟରେ ଉପର ସ୍ଥାନରେ ରହିଥାଏ। ଏହି ସାପ ବିସାଳକାୟ ସହ ଅତି ଭୟଙ୍କର ଲାଗିଥାଏ। ଏହା ଅତି ସାଙ୍ଘାତିକ ଭାବେ ଆକ୍ରମଣ କରିଥାଏ। କୁହାଯାଏ ଯେ, ଅନ୍ୟ ଛୋଟ ଛୋଟ ସାପଙ୍କୁ ମଧ୍ୟ ଗିଳି ଦେଇଥାଏ।
କିଙ୍ଗ କୋବ୍ରାର ଆଶ୍ଚର୍ଯ୍ୟ ସାମରିକ ରଣନୀତି
କିଙ୍ଗ କୋବ୍ରା ନିଜ ସାମରିକ ରଣନୀତି ରେ ବହୁତ ମାହିର। ଇଏ ହିଁ ଏକ ମାତ୍ର ସାପ ଯିଏ କି ନିଜକୁ ବିସ୍ତାର କରି ଠିଆ ହୋଇପାରିଥାଏ। ଯାହାଦ୍ୱାରା ସେ ଅଧିକ ଆକ୍ରମଣାତ୍ମକ ହେବା ସହ ନିଜ କୁ ଅନ୍ୟ ବିପଦରୁ ରକ୍ଷା କରିପାରିଥାଏ। ଏହାର ବିଶେଷ ରଣନୀତି ଆଉ ବୁଦ୍ଧିକୁ ଦେଖି ଲୋକେ ଏହାକୁ ସାପଙ୍କ ରାଜା ବୋଲି କହିଥାନ୍ତି।