ରାଜଧାନୀର ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲା ଦୁର୍ବୃତ । ଖଣ୍ଡା ଓ କଟୁରୀରେ ଯୁବକଙ୍କୁ ହାଣି ଲହୁଲୁହାଣ କରିଛି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଆହତ ଯୁବକଙ୍କୁ ଭର୍ତ୍ତି କରାଯାଇଛି । ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ । ଆକ୍ରମଣ ପଛର କାରଣ ମଧ୍ୟ ଏପର୍ଯ୍ରନ୍ତ ଜଣାପଡି ନାହିଁ । ଘଟଣା ସମ୍ପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ କଡା ସୁରକ୍ଷା ବଳୟ ଭିତରେ ଥିବା ଓ ଜନଗହଳି ପୂର୍ଣ୍ଣ ସ୍ଥାନରେ ଦୁର୍ବର୍ତ ଏଭଳି କାଣ୍ଡ ଘଟାଇବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଅନେକ ଲୋକ ଟ୍ରାଫିକ ପୋଲିସ ଥିବା ସତ୍ୱେ ବି ଏପରି ଏକ ଛାତିଥରା ଘଟଣା ରାଜଧାନୀବାସୀଙ୍କୁ ଭୟଭୀତ କରିପକାଇଛି l