
ଯାତ୍ରୀଙ୍କୁ ନେଇ ଯାଉଥିବା ବସରେ ଲାଗିଗଲା ନିଆଁ । ହଟାଥ ହୁତ ହୁତ ହୋଇ ଜଳିବାକୁ ଲାଗିଲା ବସ । ହେଲେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଯାତ୍ରୀ । ଏମିତି ଏକ ଦୁର୍ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୋରିଗୁମ୍ମାଠାରେ । ସୂଚନା ଅନୁସାରେ, ଆଜି ସକାଳୁ ଗୁପ୍ତା ନାମକ ଏକ ବସ ଯାତ୍ରୀଙ୍କୁ ନେଇ ସିନାପାଲିରୁ ହାଇଦ୍ରାବାଦ ଯାଉଥିଲା । ବସଟି ବୋରିଗୁମ୍ମା ବସଷ୍ଟାଣ୍ଡ ନିକଟରେ ଛିଡ଼ା ହୋଇଥିଲା । ହଠାତ ବସିଟି ଜଳିବାକୁ ଆରମ୍ଭ କରିଥିଲା । ଲୋକେ କେହି କିଛି ବୁଝି ପାରି ନ ଥିଲେ । ପରେ ଜଣାପଡିଥିଲା ଯେ ବସଟିର ଚକା ଫାଟି ଯାଇଥିଲା । ଯାହାଫଳରେ ବସଟି ଜଳିବାକୁ ଆରମ୍ଭ କରିଥିଲା । ବସ ଜଳିବା ଜାଣି ଯାତ୍ରୀମାନେ ଗାଡିରୁ ଓହ୍ଲାଇ ପଡିଥିଲେ । ଫଳରେ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆ ଯାଇ ପାରିଛି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଯାତ୍ରମାନେ ବସରୁ ଓହ୍ଲାଇ ପଡିଥିଲେ କିନ୍ତୁ ସେମାନଙ୍କର ସବୁ ଜିନିଷପତ୍ର ସବୁ ଜଳି ଛାରଖାର ହୋଇଯାଇଛି।