
ଭାଙ୍ଗିଯିବା କି ମୋହନଙ୍କ ମନ୍ତ୍ରୀମଣ୍ଡଳ ? ମନ୍ତ୍ରୀପଦ ପାଇ ସନ୍ତୁଷ୍ଟ ହୋଇପାରନ୍ତି ଅସନ୍ତୁଷ୍ଟ ନେତାଭାଙ୍ଗିପାରେ ମୋହନଙ୍କ ମନ୍ତ୍ରୀମଣ୍ଡଳ ! ପୂରଣ ହେବ ଖାଲି ପଡିଥିବା ଗୁରୁତ୍ୱପୂର୍ଣ୍ଣ ବିଭାଗ ! ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ପୁରୁଖା ଓ ନୁଆ ଚେହେରା । ନବୀନଙ୍କୁ କ୍ଷମତାଚ୍ୟୁତ କରିବା ପରେ ରାଜ୍ୟର ଶାସନ ଡୋର କୁ ଧରିଛି ବିଜେପି । ରାଜ୍ୟର ବିକାଶ ରଥର ସାରଥୀ ସାଜିଛନ୍ତି ମୋହନଙ୍କ ମନ୍ତ୍ରୀମଣ୍ଡଳ । ହେଲେ ସେଇ ମନ୍ତ୍ରୀମାନେ ବାଟବଣା ହେଉଥିବାର ଦେଖିବାକୁ ମିଳୁଛି । ନିଜ ବିଭାଗର ମନ୍ତ୍ରୀ ଉକ୍ତ ପ୍ରସଙ୍ଗ ଉପରେ ମନ୍ତବ୍ୟ ନ ଦେଇ ଅନ୍ୟ ବିଭାଗୀୟ ମନ୍ତ୍ରୀ ଜବାବ ରଖୁଛନ୍ତି । ଯାହାକୁ ନେଇ ଶାସକ ଦଳର ମନ୍ତ୍ରୀଙ୍କ ଉପରେ ଘନ ଘନ ଆଟାକ କରୁଛନ୍ତି ବିରୋଧୀ । ତେବେ ନୂଆ ଅନେକ ନୂଆ ନେତାଙ୍କୁ ମନ୍ତ୍ରୀ ପାଦ ଦେବାରୁ ଏମିତି ଅବସ୍ଥା ହେଉଥିବାର ଚର୍ଚା ହେଉଛି । ତେବେ ଏସବୁ ରେ ଲାଗିପାରେ ବିରାମ । ସେମାନଙ୍କୁ ମନ୍ତ୍ରୀପଦରୁ ହଟେଇ ପାରନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦଳରେ ଅନ୍ୟ ନେତାଙ୍କୁ ମିଳିପାରେ ମନ୍ତ୍ରୀପଦର ସୁଯୋଗ ।
ଜୁନ ୧୨ ରେ ଶପଥ ନେଇଥିବା ମୋହନ ସରକାରଙ୍କୁ ୮୪ ଦିନ ବିତିଯାଇଥିବା ବେଳେ ମନ୍ତ୍ରୀ ମାନଙ୍କର ସେମିତି କୌଣସିଅ ଆଖିଦୃଶିଆ ପଦକ୍ଷପ ଦେଖିବାକୁ ମିଳିନି । ଏବେ ବି ମନ୍ତ୍ରୀମଣ୍ଡଳରେ ୬ ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଖାଲି ପଡିଛି । ଯାହାକୁ ନେଇ ଦଳରେ ଆଶାୟୀ ଅନେକ ନେତା । ତେବେ ମୋହନ ନିଜର ମନ୍ତ୍ରୀମଣ୍ଡଳ ପ୍ରସାରିତ କରିବେ ବୋଲି ଆଲୋଚନା ହେଉଛି । ସେହିପରି କିଛି ମନ୍ତ୍ରୀମାନଙ୍କୁ ବାହାର କରି ନୂଆ ନେତାଙ୍କୁ ସାମିଲ କରାଯିବ ବୋଲି ବିଶେଷ ସୂତ୍ରରୁ ଜଣ ପଡିଛି । ଏହି ରେସରେ ସବୁଠୁ ଆଗରେ ଅଛନ୍ତି କୋରେଇ ବିଧାୟକ ଆକାଶ ଦାସ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଡ଼ଚଣା ବିଧାୟକ ଆମର ନାୟକ । ଦଳର ବରିଷ୍ଠ ନେତା ଜୟନାରାୟଣ ଙ୍କୁ ମନ୍ତ୍ରୀପଦ ନମିଳିବାରୁ ସେ ଅଭିମାନ କରିଛନ୍ତି ବୋଲି ଚର୍ଚା ହେଉଛି ।
ସେହିଭଳି ଯାଜପୁର ବିଜେଡି ଗଦାରେ ସଙ୍କ ଫଟେଇ ପଦ୍ମ ଫୁଟେଇଥିବା ଦୁଇ ନେତା ଆକାଶ ଓ ଆମର ଙ୍କୁ ମନ୍ତ୍ରୀପଦ ମିଳିବ ନେଇ ଚର୍ଚା ହେଉଛି । ସବୁଠାରୁ ବଡ କଥା ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ହରେଇଥିବା ଲକ୍ଷ୍ମଣ ବାଗଙ୍କୁ ମିଳୁ ବୋଲି ତାଙ୍କ ସମର୍ଥକ ଦାବି କରିଛନ୍ତି କାରଣ ବିଜେଡି ଦଳର ମଙ୍ଗୁଆଳ ତଥା ସେତେବେଳର ମୁଖ୍ୟମନ୍ତ୍ରୀ ଙ୍କୁ ହରାଇବା ଏକ ବାହାଦୁରି କାମ ବୋଲି ଚର୍ଚା ହେଉଛି । ତେବେ ମନ୍ତ୍ରୀମଣ୍ଡଳରୁ କାହାକୁ କାଢିବେ କାହାକୁ ରଖିବେ ଆଉ ନୂଆ ଖାଲି ପଡିଥିବା ୬ ମନ୍ତ୍ରୀପଡାରେ କାହାକୁ ସ୍ଥାନ ମିଳିବ ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ ।