
ମୋବାଇଲ୍ ପାଇଁ ଜୀବନନେବାକୁ ମଧ୍ୟ ପଛାଉନାହାନ୍ତି ଆଜିକାଲି ର ଯୁବପିଢ଼ି, ସୋସିଆଲ ମିଡିଆରେ ଜାଲରେ ଏପରି ଛନ୍ଦି ହୋଇଯାଇଛନ୍ତି, ଯେଉଁଠୁ ମୁକୁଳିବାର ବାଟ ନାହିଁ । ଅନେକ ସମୟରେ ଏହି ମୋବାଇଲ ପାଇଁ ଜୀବନ ଦେବା ତଥା ଜୀବନ ନେବା ପରି ଘଟଣା ଦେଖିବାକୁ ମିଳୁଛି ।
ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି। ଏପରିକି ନିଜ ଭୁଲ୍ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ଗାଁ ନିକଟସ୍ଥ ଜଳ ପ୍ରପାତ ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଲେ। ମାତ୍ର ସୌଭାଗ୍ୟବଶଃତ ପାଣି ମଝିରେ ତାଙ୍କର ବୁଦ୍ଧି ଉଦୟ ହୋଇଥିଲା। ଏହାପରେ ସେ ନିଜେ ଚେଷ୍ଟା କରି କୂଳକୁ ଆସି ନିଜ ଜୀବନ ରକ୍ଷା କରି ପାରିଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଛତିଶଗଡ଼ରେ ଘଟିଛି।
ଛତିଶଗଡ଼ର ଚିତ୍ରକୋଟ ୱାଟରଫଲରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି। ଏହି ୱାଟରଫଲରେ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଯୁବତୀଜଣକଙ୍କ ନାମ ୨୧ ବର୍ଷୀୟା ସରସ୍ୱତୀ ମୌର୍ଯ୍ୟ ବୋଲି ଜଣାଯାଇଛି।
ଅତିରିକ୍ତ ପୋଲିସ ଅଧୀକ୍ଷକ ଅନୁସାରେ, ସରସ୍ୱତୀ ମୌର୍ଯ୍ୟ ଅଧିକାଂଶ ସମୟ ମୋବାଇଲରେ ବିତାଉଥିଲେ। ଘରେ ଥିଲେ ମଧ୍ୟ ଘର ଲୋକଙ୍କ ସହ ସମୟ ବିତାଉନଥିଲେ । ଏପରିକି କାହା ସହିତ କଥାବାର୍ତ୍ତା କରୁନଥିଲେ । ଏଥିପାଇଁ ସରସ୍ୱତୀଙ୍କୁ ଗାଳି କରୁଥିଲେ ଘର ଲୋକ । ହେଲେ ସେ କାହା କଥା ଶୁଣୁନଥିଲେ ।