
ତୁଟିଲା କି ପୁରୁଣା ବିବାଦ ? ମିଶିଗଲେ କି ବଚନ-ଗାନ୍ଧୀ ପରିବାର ? ଏ ପ୍ରଶ୍ନ ଆମେ ପଛରୁନୁ | ଆଜି ସଂସଦ ଭବନରେ ଜୟା-ସୋନିଆଙ୍କୁ ଏକାଠି ଦେଖିଥିବା ସମସ୍ତ ଲୋକଙ୍କ ମନରେ ଏଇ ପ୍ରଶ୍ନ | ରାଜନୀତି ଏବଂ ଚଳଚ୍ଚିତ୍ର ଜଗତ ମଧ୍ୟରେ ସବୁବେଳେ ଏକ ମଧୁର ସମ୍ପର୍କ ରହିଆସିଛି |1970- 1980 ଦଶକର ବେଶ୍ ଜଣାଶୁଣା ବଚ୍ଚନ ପରିବାର ଏବଂ କ୍ଷମତାରେ ଥିବା ଗାନ୍ଧୀ ପରିବାରର ସମ୍ପର୍କ ଏହାର ଏକ ଉଦାହର
ଆପଣ ଜାଣିଛନ୍ତି ରାଜୀବ ଗାନ୍ଧୀ ଏବଂ ଅମିତାଭ ବଚ୍ଚନଙ୍କ ବନ୍ଧୁତା ବିଷୟରେ | ଏହି ସମ୍ପର୍କ 1950 ଦଶକରୁ ଆରମ୍ଭ ହୋଇଥିଲା | ପଣ୍ଡିତ ଜବାହରଲାଲ ନେହେରୁ ଏବଂ ହରିବଂଶ ରାୟ ବଚ୍ଚନ ବହୁତ ଭଲ ବନ୍ଧୁ ଥିଲେ । ଦୁଇ ପିଢ଼ି ଧରି ଅତୁଟ ଥିଲା ଏହି ବନ୍ଧୁତ୍ୱ | ତେବେ ବୋଫର୍ସ ସ୍କାମ ବନ୍ଧୁତ୍ୱରେ ଆଣିଥିଲା ଫାଟ | ସେଇ ଦିନଠାରୁ ସମ୍ପର୍କରେ ପଡିଥିଲା ପୂର୍ଣ୍ଣଛେଦ |
ଆଜି ହଠାତ ସଂସଦ ଭବନ ପରିସରରେ ମୁହାଁମୁହିଁ ହୋଇଥିଲେ ସୋନିଆ ଗାନ୍ଧୀ ଓ ଜୟା ବଚନ | ପ୍ରକୃତରେ ସେ ମୁହୂର୍ତ୍ତ ଥିଲା ଏକ ବିରଳ ମୁହୂର୍ତ । ପରସ୍ପରକୁ ଦେଖି ଅଟକି ଯାଇଥିଲେ ଉଭୟେ | କିଛି ସମୟ କଥାବାର୍ତ୍ତା ବି ହୋଇଥିଲେ | ଖୁବ ଆପଣାର ଭାବି ବାରି ହୋଇ ପଡୁଥିଲା ସେ ଆଳାପରୁ | ଦେଖିବା ଲୋକେ ଭାବୁଥିଲେ ପୁରୁଣା କଥାକୁ ଭୁଲି ପୁଣି ଏକାଠି ହେଇ ଗଲେ କି ଦୁଇ ପରିବାର ?
ତେବେ ଆଗକୁ ଏହି ସମ୍ପର୍କ କେତେ ବାଟ ଯାଉଛି ଦେଖିବାକୁ ବାକି ରହିଲା |