
ନୂଆପଡା : ଭାଲୁ ଆକ୍ରମଣ ରେ ବନ କର୍ମଚାରୀ ଙ୍କ ମୃତ୍ୟୁ l ଜଙ୍ଗଲରେ ପେଟ୍ରୋଲିଙ୍ଗ ସମୟରେ ଜଣେ ବନ କର୍ମଚାରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ଆହତ ହୋଇଛନ୍ତି l ଏଭଳି ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅଞ୍ଚଳ ରେ l ମୃତକ ଜଣକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଡୁଣ୍ଡି l ଜଙ୍ଗଲରେ ପେଟ୍ରୋଲିଙ୍ଗ ସମୟରେ ୪ ଜଣ ବନ କର୍ମଚାରୀ ଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା ଭାଲୁ l ୨ ଜଣକୁ ଗ୍ରାମବାସୀ ଉଦ୍ଧାର କରିଥିଲେ, ହେଲେ ଅନ୍ୟ ୨ ଜଣକୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲା ଭାଲୁ l
ସୂଚନା ଅନୁସାରେ ମଙ୍ଗଳବାର ଦିନ ଅପରାହ୍ନ ୪ ସମୟରେ ବନ କର୍ମଚାରୀ ମାନେ ପେଟ୍ରୋଲିଙ୍ଗ ରେ ଯାଇଥିଲେ l ସେହି ସମୟରେ ଭାଲୁ ଟି ସେମାନଙ୍କୁ ଆକ୍ରମଣ କରିଥିଲା l ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଭାଲୁ ଟି ଜଙ୍ଗଲ ଭିତରକୁ ଟାଣି ନେଇଥିଲା l ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ଼ ଶଶିଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତା ରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶିଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ l ତା’ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଛି।