
ଏନ୍ଡ଼ିଏରୁ ପାର୍ଥିନି ଥିବା ଦୌପ୍ରତି ମୁର୍ମୁ ରାଜନୀତିକୁ ଆସିବା ପୂର୍ବରୁ ଶିକ୍ଷକତା କରୁଥିଲେ, ପିଲାଙ୍କୁ ପାଠ ପଢ଼ାଉଥିଲେ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ବର୍ତ୍ତମାନ ହୋଇସାରିଥିବ ୧୪ ଜଣ ରାଷ୍ଟ୍ରପତି ମଧ୍ୟରୁ ୬ ଜଣ ଶିକ୍ଷକତା କରୁଥିଲେ । କେଉଁ କେଉଁ ରାଷ୍ଟ୍ରପତି ଶିକ୍ଷକତା କରୁଥିଲେ ଆସନ୍ତୁ ନଜର ତାଙ୍କ ବିଷୟରେ ଜାଣିବା ।
ଦେଶର ପ୍ରଥମ ରାଷ୍ଟ୍ରପତି ଥିବା ରାଜେନ୍ଦ୍ର ପ୍ରସାଦ ଶିକ୍ଷକ ଥିଲେ । ସର୍ବପଲ୍ଲୀ ରାଧାକୃଷ୍ଣ ମଧ୍ୟ ଶିକ୍ଷକତା କରୁଥିଲେ ,ସେ ଦର୍ଶନଶାସ୍ତ୍ରରେ ଅଧ୍ୟାପନା କରୁଥିଲେ । ଜାକିର ହୁସେନ ମଧ୍ୟ ବିଦେଶରୁ ଉଚ୍ଚଶିକ୍ଷା ହାସଲ କରିବା ପରେ ଅଧ୍ୟାପନା କରୁଥିଲେ । ସେ ଜାମିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
୧୯୯୨ ରୁ ୧୯୯୭ ରାଷ୍ଟ୍ରପତି ଥିବା ଶଙ୍କର ଦୟାଲ ଶର୍ମା ମଧ୍ୟ ଶିକ୍ଷକ ଥିଲେ ।ଶର୍ମା ଆଇନି ବିଷୟରେ ଅଧ୍ୟାପନା କରୁଥିଲେ । ଏପିଜି ଅବଦୁଲ କାଲାମ ବୈଜ୍ଞାନିକ ଥିଲେ । ସେ ଭାରତର” ମିଶାଇଲି ମ୍ୟାନ” ଭାବେ ପରିଚିତ କିନ୍ତୁ ଶିକ୍ଷାଦାନ ଓ ଅଧ୍ୟାପନା କରିବାକୁ ସେ ବହୁତ ପସନ୍ଦ କରୁଥିଲେ । ଶିକ୍ଷକ ଭାବେ ପରିଚୟ ଦେବାକୁ ସେ ମଧ୍ୟ ବହୁତ ପସନ୍ଦ କରୁଥିଲେ । ଆଇ ଆଇ ଏମ ସିଲଂଗରେ ପିଲାଙ୍କୁ ପାଠ ପଢ଼ୁଥିବା ସମୟରେ ସେ ପଡିଯାଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଦେହାନ୍ତ ହୋଇଥିଲା ।
୨୦୧୨ରେ ରାଷ୍ଟ୍ରପତି ହୋଇଥିବା ପ୍ରଣବ ମୁଖାର୍ଜୀ ରାଜନୀତିକୁ ଆସିବାପୂର୍ବରୁ ସାମ୍ବାଦିକତା ଏବଂ ଶିକ୍ଷକତା କରୁଥିଲେ । ପ୍ରଣବ ମୁଖାର୍ଜୀ ଅଧ୍ୟାପକ ଥିଲେ । ଏନ୍ଡ଼ିଏ ରାଷ୍ଟପତି ପ୍ରାର୍ଥୀନୀ ଦୌପ୍ରତି ମୁର୍ମୁବି ରାଜନୀତିକୁ ଆସିବା ପୂର୍ବରୁ ସ୍କୁଲ ଶିକ୍ଷୟିତ୍ରୀ ଥିଲେ ।ଯଦି ଦୌପ୍ରତି ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୁଅନ୍ତି ତେବେ ଶିକ୍ଷକତାରୁ ରାଷ୍ଟ୍ରପତି ହୋଇଥିବା ତାଲିକାରେ ତାଙ୍କ ନାମ ବି ଯୋଡି ହୋଇଯିବ ।