
ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ କୁଳିପୋଷି ପଞ୍ଚାୟତ ଚତୁରୀସାହି ଗ୍ରାମ ସ୍ୱମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଛି ଲଗାଣ ବର୍ଷା ରେ ଦେଓ ନଦୀବନ୍ଦ ଯୋଜନା ର ବାମ କେନାଲ ଭାଙ୍ଗି ଯିବାରୁ ଗ୍ରାମ କୁ ପାଣି ପ୍ରବେଶ କରି ଗ୍ରାମର ରୋହିତ ନାଏକ, ବବୁଲୁ ହୋ, ବଳରାମ ହୋ, ଜଳେନ୍ଦ୍ର ବେହେରା ଙ୍କ ଘର ସ୍ୱମ୍ପୂର୍ଣ୍ଣ ବୁଡ଼ିଯାଇଛି ବର୍ଷା ଓ ଜଳ ପ୍ରବାହ ଏତେ ପ୍ରଖର ଥିଲାଯେ ଘରୁ କୌଣସି ସାମଗ୍ରୀ ବାହାର କରିବା ଲୋକଙ୍କ ପାଖରେ ସମ୍ଭବପର ହୋଇନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି ବର୍ତ୍ତମାନସୁଦ୍ଧା କୌଣସି ସରକାରୀ ଅଧିକାରୀ ବା ଦେଓ ଅଧିକାରୀ ଘଟଣା ସ୍ଥଳ କୁ ଆସିନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ତୁରନ୍ତ ଗ୍ରାମବାସୀ ଙ୍କୁ ସରକାରୀ ସହାୟତା ପ୍ରଦାନ ପାଈଁ ଦାବୀ ହୋଇଛି ମୟୁରଭଞ୍ଜ କରଞ୍ଜିଆ ରୁ ଜିତେନ୍ଦ୍ର ରାଜ ଙ୍କ ରିପୋର୍ଟ