
ଦୀର୍ଘଦିନ ହେବ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା ଲାଗିରହିଛି । ଶାଶୁ ଜୟା ବଚ୍ଚନ ଓ ନଣନ୍ଦ ଶ୍ବେତା ବଚ୍ଚନଙ୍କ ସହ ନୀଳନୟନାଙ୍କର ଭଲ ସଂପର୍କ ନଥିବା ନେଇ ପୂର୍ବରୁ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଯାହା ଏହି ବଲିଉଡ ସୁନ୍ଦରୀଙ୍କର ଛାଡପତ୍ରର କାରଣ ହୋଇପାରେ ବୋଲି କୁହାଯାଉଛି । ତେବେ ବର୍ତ୍ତମାନ ଏହି ଛାଡପତ୍ର ଚର୍ଚ୍ଚା ମଧ୍ୟରେ ଏକ ବଡ଼ ଖବର ନଜରକୁ ଆସିଛି । ବଚ୍ଚନ ପରିବାର ଛାଡି ଝିଅ ସହ ମାଆଙ୍କ ଘରେ ରହୁଥିବା ଐଶ୍ବର୍ଯ୍ୟା ଏବେ ଅଭିଷେକଙ୍କୁ ଛାଡି ନୂୟର୍କରେ ରହୁଥିବା ସୂଚନା ମିଳିଛି ।

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ ବର୍ଷ ପୂରିଲାଣି ଏବଂ ଏହି ଦମ୍ପତିଙ୍କର ମଧ୍ୟ ଏକ ଝିଅ ଅଛି, ଯାହାଙ୍କ ନାମ ଆରାଧ୍ୟା । କିଛି ଦିନ ଧରି ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଯୋଡିକୁ ନେଇ ପ୍ରଶଂସକମାନେ ଚିନ୍ତିତ ଥିଲେ। କୁହାଯାଉଛି ଯେ ଦୀର୍ଘ ଦିନ ଧରି ବଚ୍ଚନ ପରିବାର ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାରୁ ଏହି ଦମ୍ପତି ପରସ୍ପରକୁ ଛାଡପତ୍ର ଦେବାକୁ ଚାହାଁନ୍ତି । ନିକଟରେ ଅମ୍ବାନୀ ପରିବାରରେ ହୋଇଥିବା ବିବାହରେ ଏହି ଦମ୍ପତି ଅଲଗା ଅଲଗା ପହଞ୍ଚିଥିଲେ ଏବଂ ପରେ ଅଭିନେତ୍ରୀଙ୍କୁ ତାଙ୍କ ଝିଅ ସହିତ ଦେଖିବାକୁ ମିଳିଥିଲା। ଏହି ଖବର ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା ।

ଯେତେବେଳେ ଅଭିଷେକ ଏକ୍ସରେ ଏକ ଛାଡପତ୍ର ପୋଷ୍ଟକୁ ଲାଇକ କରିଥିଲେ, ସେତେବେଳେ ଏହି ଗୁଜବ ବୃଦ୍ଧି ପାଇଲା। ଏହି ଗୁଜବ ମଧ୍ୟରେ ଏବେ ସାମ୍ନାକୁ ଆସିଛି ଯେ ଅଭିନେତ୍ରୀ ତାଙ୍କ ଝିଅ ସହିତ ନ୍ୟୁୟର୍କରେ ଅଛନ୍ତି । ଛାଡପତ୍ର ଗୁଜବ ମଧ୍ୟରେ ଐଶ୍ୱର୍ଯ୍ୟା ନ୍ୟୁୟର୍କରେ ତାଙ୍କ ପରିବାର ଏବଂ ସ୍ବାମୀଙ୍କଠାରୁ ଦୂରରେ ଅଛନ୍ତି ଏବଂ ତାଙ୍କ ଛୁଟିଦିନକୁ ଉପଭୋଗ କରୁଛନ୍ତି। ବଚ୍ଚନ ପରିବାର ସହ କଳହର ଖବର ମଧ୍ୟରେ ଐଶ୍ୱର୍ଯ୍ୟାଙ୍କୁ ପ୍ରାୟ ୧୫ ଦିନ ପରେ ପ୍ରଥମ ଥର ଦେଖିବାକୁ ମିଳିଛି। ନିକଟରେ ତାଙ୍କୁ ତାଙ୍କର ଜଣେ ପ୍ରଶଂସକଙ୍କ ସହ ନ୍ୟୁୟର୍କରେ ଦେଖିବାକୁ ମିଳିଥିଲା। ବାସ୍ତବରେ, ନ୍ୟୁୟର୍କର ବାସିନ୍ଦା ଜେରୀ ରେନା ନାମକ ଜଣେ ପ୍ରଶଂସକ ଐଶ୍ୱର୍ଯ୍ୟାଙ୍କ ସହ ଏକ ଚିତ୍ର ଶେୟାର କରିଛନ୍ତି। Iଐଶ୍ୱର୍ଯ୍ୟା ଲାଲ ଏବଂ କଳା ରଙ୍ଗର ପୋଷାକରେ ନଜର ଆସିଛନ୍ତି। ଚିତ୍ରଟି ଏକ ରେଷ୍ଟୁରାଣ୍ଟର ବୋଲି ଜଣାପଡିଛି। ଅଭିନେତ୍ରୀ ପ୍ରଶଂସକଙ୍କ ସହ ଫଟୋରେ ହସୁଥିବା ନଜର ଆସିଛନ୍ତି।