
ଘଟିଛି ଏକ ବଡ଼ ଅଘଟଣ ସ୍କୁଲରେ ବଜ୍ରପାତ ଘଟି ୧୬ ପିଲା ଆହତ ହୋଇଛନ୍ତି। କେନ୍ଦ୍ରାପଡ଼ା ଗରଦପୁର ବ୍ଲକ୍ କୁଦାନଗରୀ ହାଇସ୍କୁଲରେ ବଜ୍ରପାତ ହୋଇଛି । ସମସ୍ତ ଆହତଙ୍କୁ ପାଟକୁରା ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲିଥିଲା ଆଦର୍ଶ ବିଦ୍ୟାଳୟ । ବଜ୍ରପାତ ହେବା ପରେ କିଛି ପିଲା ଭୟରେ ଦୌଡ଼ି ପଳାଇଥିଲେ। ପ୍ରଚଣ୍ଡ ଶବ୍ଦ ହେବାରୁ ୨ ଜଣ ଛାତ୍ରୀ ସେଠାରେ ହିଁ ଅଚେତ ହୋଇପଡ଼ିଥିବା ସୂଚନା ମିଳିଥିଲା। ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯିବ ବୋଲି ଡ଼ାକ୍ତର କହିଛନ୍ତି। ସେପଟେ ଚିନ୍ତାର ବିଷୟ ଏହିକି ଯେ ବିଦ୍ୟାଳୟ ନିର୍ମାଣ ଓ ମରାମତି ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l ହେଲେବି ଏଭଳି ଅଘଟଣ ଘଟିବା ଏକ ଖୁବ ଦୁଃଖଦ ବିଷୟ l ତେବେ ସରକାରଙ୍କ ଏତେ ସବୁ ନିୟମ ଓ ଯୋଜନା ସତ୍ୱେ ମଧ୍ୟ କିଭଳି ଏଭଳି ଅଘଟଣ ଘଟିଲା, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କିଛି ଅବହେଳା ଯୋଗୁଁ ଆଜି ଛୋଟ ଛୋଟ ପିଲାଙ୍କ ଜୀବନ ବିପଦରେ ପଡିଛି l