
କଟକ: ଚଳିତ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ନେଇ ଆଜି ତାରିଖ ଘୋଷଣା କଲା ଓଡିଶା ବୋର୍ଡ । ଫେବୃଆରୀ ୨୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୨୦୨୩-୨୪ ଶିକ୍ଷାବର୍ଷର ମାଟ୍ରିକ ପରୀକ୍ଷା ଫେବୃଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ପର୍ଯ୍ୟନ୍ତ ଚାଲିବ। ମାଟ୍ରିକ ସହ ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ବି ହେବ। ମାର୍ଚ୍ଚ ୧୨ରୁ ଖାତାଦେଖା ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା କରାଯାଇଛି l ଏହା ପୂର୍ବରୁ ସିବିଏସଇ ୨୦୨୩-୨୪ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ପରୀକ୍ଷା ତାରିଖ ଘୋଷଣା କରିଥିଲା । ସେହିପରି ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା ୨୦୨୪ ଫେବୃଆରୀ ୧୫ରୁ ଆରମ୍ଭ ହେବ ବୋଲି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ବା ସିବିଏସଇ ବୋର୍ଡ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଆଇସିସି ତରଫରୁ ଏଯାଏଁ କିଛି ସ୍ପଷ୍ଟ ହୋଇନାହିଁ । ଅତିକମରେ ଦୁଇ ସପ୍ତାହ ପରୀକ୍ଷା ଖାତା ଦେଖା ହେବ ବୋଲି ସୂଚନା ମିଳିଛି । ପରୀକ୍ଷା ସମ୍ପର୍କରେ ବିସ୍ତୃତ ସୂଚନା ପରେ ଜଣାପଡ଼ିବ । ଚଳିତ ବର୍ଷ ବହୁ ପୂର୍ବରୁ ମାଟ୍ରିକ ପରୀକ୍ଷା ସମ୍ପର୍କରେ ଘୋଷଣା କରାଯାଇଛି । ସେହି ପୁରୁଣା ଢାଞ୍ଚାରେ ପରୀକ୍ଷା କରାଯିବ ବୋଲି ବୋଡର଼୍ ପକ୍ଷରୁ ସୂଚନା ଦିଆଯାଇଛି ।