
ଆଜି ଚତୁର୍ଥ ଥର ପାଇଁ ବିଧାନସଭାରେ ବିଭ୍ରାଟ କଲେ ବିରୋଧୀ ।ପୋଲାଭରମ ପ୍ରସଙ୍ଗକୁ ନେଇ ଗୃହରେ ହଟ୍ଟଗୋଳ କରିଥିଲେ ଉଭୟ ବିରୋଧୀ ବିଧାୟକ ।ଗିରଫ’ ଶବ୍ଦ ପ୍ରୋସିଡିଂରୁ ହଟାଇବା ସହ ବିଜେଡି ପଏଣ୍ଟ ଅଫ ଅର୍ଡର ଦାବି କରି ହଙ୍ଗାମା କରିଥିଲେ ବିରୋଧୀ ।ଉଭୟ ବିଜେଡି ଓ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଯୋଗୁଁ ଗୃହକାର୍ୟ୍ୟ ଚଳାଇବା ସମ୍ଭବପର ହୋଇପାରିନଥିଲା । ଯାହା ଫଳରେ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।