
ପରିବା ବଜାରରେ ଲାଗିଛି ନିଆଁ । ଏହାର ପ୍ରଭାବରେ ପିନପରିବା ଦର ଦିନକୁ ଦିନ ବଢିବାରେ ଲାଗିଛି । ଏବେ ଅଧିକାଂଶ ପନିପରିବା ବାହାର ରାଜ୍ୟରୁ ଆସୁଥିବାରୁ ଖାଉଟି ହନ୍ତସନ୍ତ ହେଉଛନ୍ତି । କାର୍ତ୍ତିକ ମାସ ଆରମ୍ଭରେ କେନ୍ଦୁଝର ସହରରେ ପନିପରିବା ଦର ଆକାଶଛୁଆଁ ହୋଇଛି ।
ଦେଶୀ ବଜାରରେ ପୋଟଳ ଦର ଏବେ ଚଢ଼ା ଅଛି। ସବୁବର୍ଗର ଲୋକେ ଏଇ ଦାମୀ ପରିବାକୁ କିଣି ପାରୁନାହାନ୍ତି। ଦିଲ୍ଲୀ ବଜାରରେ କିଲେ ପୋଟଳ ୧୨୦-୧୫୦ ଟଙ୍କାରେ ବିକ୍ରି ହେଉଛି କିନ୍ତୁ ଲଣ୍ଡନ ବଜାରରେ ଆମ ଦେଶୀ ପୋଟଳ ୯୦୦ ଟଙ୍କାରେ ବିକ୍ରି ହେଉଛି। ଲଣ୍ଡନରେ ବସବାସ କରୁଥିବା ଜଣେ ଭାରତୀୟ ଯୁବକ ଏ ବିଷୟରେ ସାମାଜିକ ଗଣମାଧ୍ୟମରେ ଜଣାଇଛନ୍ତି।
କେନ୍ଦ୍ର ଲଣ୍ଡନରେ ଚଳଣି ବେଶ୍ ମହଙ୍ଗା। ସେଠି ପୋଟଳ ୯୦୦ ଟଙ୍କାରେ ବିକ୍ରି ହେବା କିଛି ବଡ଼ କଥା ନୁହେଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଲଣ୍ଡନରେ ରହୁଥିବା ଭାରତୀୟମାନେ ଚଢ଼ା ଦରରେ ପୋଟଳ କିଣିବା ପୂର୍ବରୁ ଦିଲ୍ଲୀ, ମୁମ୍ବଇରେ ଦାମ୍ କେତେ ଅଛି, ଇଣ୍ଟରନେଟ୍ରେ ଦେଖୁଛନ୍ତି।