ଚନ୍ଦ୍ରରେ ଚମକିବ ଭାରତର ଅଶୋକ ଚକ୍ର ଚନ୍ଦ୍ର ମିଶନର କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି। ସେପଟେ ଏହାରି ଭିତରେ ଚନ୍ଦ୍ରପୃଷ୍ଠରୁ ଆସିସାରିଛି ନୂଆ କିଛି ଫଟୋ l ବିକ୍ରମ ଲ୍ୟାଣ୍ଡାର ଦ୍ୱାରା ଚନ୍ଦ୍ରପୃଷ୍ଠର ଫଟୋ ଆସିଛି ଇସ୍ରୋ ପାଖକୁ l ଏହି ଫଟୋ ଦେଖି ଇସ୍ରୋର ବୈଜ୍ଞାନିକମାନେ ସ୍ଥିର କରିବେ କେଉଁଠାରେ ଲ୍ୟାଣ୍ଡର ବିକ୍ରମ ଅବତରଣ କରିବ l ଲ୍ୟାଣ୍ଡିଂ ପ୍ରକ୍ରିୟାରେ ଯେପରି କୌଣସି ଗର୍ତ କିମ୍ବା ପାହାଡ ବାଧା ସୃଷ୍ଟି ନ କରିବ ସେ ନେଇ ଧ୍ୟାନ ଦିଆଯିବ l ଅପରପକ୍ଷରେ ସମୟ ଗଡ଼ିବା ସହ ବଢୁଛି ସମସ୍ତଙ୍କର ହାର୍ଟବିଟ୍ । ମଝିରେ ଆଉ ଗୋଟିଏ ଦିନ । ଚନ୍ଦ୍ରଠାରୁ ଖୁବ୍ କମ ଦୁରରେ ଚନ୍ଦ୍ରୟାନ -୩ । ଗତକାଲି ୨୫ କିଲୋମିଟର ଦୂର ଥିବା ବେଳେ ଆଜି ଏହି ଦୂରତା ଆହୁରି କମିଛି । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ସ୍ବର୍ଣ୍ଣିମ ଇତିହାସ ଲେଖିବ ଇସ୍ରୋ । ଫାଇନାଲ ଡିବୁଷ୍ଟିଂ ପ୍ରକ୍ରିୟା ସଫଳ ହେବା ପରେ ଏବଦ ବଢ଼ିଛି ସଫ୍ଟ ଲ୍ୟାଣ୍ଡିଂ ଆଶା । ଡିବୁଷ୍ଟିଂ ଅପରେସନରେ ଚନ୍ଦ୍ରୟାନ-୩ର ଗତିକୁ ଧୀର କରିଦିଆଯାଇଛି । ଲ୍ୟାଣ୍ଡରର ଇଣ୍ଟରନାଲ ଯାଞ୍ଚ ପରେ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅପେକ୍ଷା କରାଯିବ । ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ମିନିଟରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରାଯିବ । ଲ୍ୟାଣ୍ଡିଂ ପ୍ରକ୍ରିୟା ଆରମ୍ଭ ହେବାର ପ୍ରାୟ ୨୦ମିନିଟ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ପହଞ୍ଚିବ । ଏହି ୨୦ ମିନିଟ ଚନ୍ଦ୍ରଯାନର ସଫଳତା ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଲ୍ୟାଣ୍ଡିଂ ପରେ ବୈଜ୍ଞାନିକଙ୍କ କମାଣ୍ଡ ଆଧାରରେ ଚନ୍ଦ୍ରପୃଷ୍ଠରେ ଗବେଷଣା ଆରମ୍ଭ କରିବ ରୋଭର ପ୍ରଜ୍ଞାନ । ରୋଭରରେ ଲଗାଯାଇଥିବା ଅଶୋକ ଚକ୍ର ଓ ଇସ୍ରୋର ଲୋଗୋ ଚିହ୍ନ ଚନ୍ଦ୍ରପୃଷ୍ଠରେ ଚିହ୍ନ ଛାଡ଼ିବ । ଏହାସହ ଅବତରଣ ପରେ ୧୪ ଦିନକାଳ ଚନ୍ଦ୍ରରେ ବିଚାରଣ କରି ଚନ୍ଦ୍ରପୃଷ୍ଠର ବିଭିନ୍ନ ତଥ୍ୟ ପ୍ରଦାନ କରିବ ରୋଭର ପ୍ରଜ୍ଞା l