
ଉତ୍ତରାଖଣ୍ଡ: କେଦାରନାଥ ଓ ବଦ୍ରିନାଥ ଟ୍ରଷ୍ଟ କମିଟି ଦ୍ଵାରା ଜାରି କରାଯାଇଥିବା ନୋଟିସ ରେ ସ୍ପଷ୍ଟ ରୂପେ ସୂଚାଇ ଦିଆଯାଇଛି କି ମନ୍ଦିର ପରିସରକୁ କେହି ମୋବାଇଲ ଫୋନ୍ ନେଇ ପ୍ରବେଶ କରିପାରିବେ ନାହିଁ। ମନ୍ଦିର ପରିସରରେ ବୋହୁବାର ଅନେକ ପ୍ରକାର ଆପତ୍ତିଜନକ ଭିଡିଓ ଭାଇରାଲ୍ ହେବା ପରେ ଏପରି କଡ଼ା ନିଷ୍ପତି ନିଆ ଯାଇଛି । ମନ୍ଦିର ଟ୍ରଷ୍ଟଙ୍କ କହିବା ଅନୁଯାୟୀ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ମାନେ ସେଠାକୁ ଆସି ନାନା ପ୍ରକାର ଭିଡିଓ ବନାଉଛନ୍ତି। ଏସବୁ ଭିଡିଓ ବୋହୁ ସମୟରେ ହିନ୍ଦୁ ଧର୍ମପ୍ରତି ଅସମ୍ମାନ ଜନକ ମଧ୍ୟ ହୋଇଥାଏ। ତେଣୁ ଏସବୁ କୁ ଆଖିଆଗରେ ରଖି ଏପରି ନିଷ୍ପତି ନିଆଯାଇଛି । ଏହା ପୂର୍ବରୁ ଭକ୍ତମାନଙ୍କୁ ସାଙ୍ଗରେ ମୋବାଇଲ ଫୋନ୍ ନେଇ ମନ୍ଦିରକୁ ଯିବାରେ କୌଣସି ପ୍ରକାର ବାରଣ ନଥିଲା । କେବଳ ଠାକୁରଙ୍କ ନିକଟ କୁ ଯିବା ସମୟରେ ଫୋନ୍ ସ୍ୱିଚ ଅଫ୍ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ବର୍ତ୍ତମାନ ମନ୍ଦିର ପରିସରକୁ ମୋବାଇଲ୍ ଫୋନ୍ ନେବା କିମ୍ବା ଫଟୋ ଉଠାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ସୂଚନା ଅନୁଯାୟୀ ଯାହା ଜଣ ପଡ଼ିଛି ଗତ କିଛି ଦିନ ତଳେ ମନ୍ଦିର ପରିସରରେ ପୂଜା କରୁଥିବା ସମୟରେ ଜଣେ ମହିଳା ବାନ୍ଧବୀ ତାଙ୍କ ପୁରୁଷ ବନ୍ଧୁଙ୍କୁ ପ୍ରୋପୋଜ କରି ଭିଡିଓ ବନାଉଥିଲେ। ସେହି ଭିଡିଓ ଭାଇରାଲ୍ ହେବା ପରେ ଲୋକମାନେ ଅନେକ ପ୍ରକାର ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି। ତେଣୁ ଏହା ପରେ ମନ୍ଦିରର ଟ୍ରଷ୍ଟ ପକ୍ଷରୁ ତୁରନ୍ତ ଏପରି ନିଷ୍ପତି ନିଆ ଯାଇଥିଲା । ମନ୍ଦିର ପରିସରରେ ଫଳକ ଲଗାଯାଇଛି ଯେଉଁଥିରେ ଉଲ୍ଲେଖ କରାଯାଇଛି କି ସମସ୍ତେ ମନ୍ଦିରକୁ ସାଳିନ ପୋଷାକ ପିନ୍ଧି ଆସିବେ ଓ ମୋବାଇଲ ଫୋନ ନେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ।
