
ରାୟଗଡ: ମହାରାଷ୍ଟ୍ରର ରାୟଗଡ ଜିଲ୍ଲାର ଖାଲାପୁର ତହସିଲର ଇରଶାଲୱାଡି ଗ୍ରାମରେ ଏକ ବଡ ଦୁର୍ଘଟଣା ଘଟିଛି l ଏକ ବଡ ଭୂସ୍ଖଳନ ହେତୁ ୫୦ ପରିବାର ଫସି ରହିଥିବାର ଆଶଙ୍କା ରହିଛି l ଏହି ସମୟରେ, ଜାତୀୟ ବିପର୍ଯ୍ୟୟ ମୁକାବିଲା ଦଳ (ଏନଡିଆରଏଫ) ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ।
ବର୍ତ୍ତମାନ ସୁଦ୍ଧା ସମୁଦାୟ ୩୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଏହି ସମୟରେ ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ଉଦ୍ଧାର କାର୍ଯ୍ୟରେ ସମ୍ପୃକ୍ତ ଜଣେ କର୍ମଚାରୀଙ୍କ ହଠାତ ହୃତଘାତ ହେବାରୁ ତାଙ୍କ ମୃତ୍ୟୁ ହୋଇଛି । ଏଥିରେ ତିନି ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଏହା ସହିତ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।
ସୂଚନା ଦେଇ ରାୟଗଡ ପୋଲିସ କହିଛି ଯେ ଏପର୍ଯ୍ୟନ୍ତ ୩୦ ଜଣଙ୍କୁ ଉଦ୍ଧାର କରାଯାଇଛି। ତଥାପି ଅନେକ ଲୋକ ଫସିକି ଥିବାର ଭୟ ରହିଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନର ୧୦୦ ରୁ ଅଧିକ ଅଧିକାରୀ ନିୟୋଜିତ ଅଛନ୍ତି। ଆମେ ଏନଡିଆରଏଫ , ସ୍ଥାନୀୟ ଲୋକ ଏବଂ କିଛି ଏନଜିଓରୁ ସାହାଯ୍ୟ ନେଉଛୁ | କୁହାଯାଉଛି ଯେ ଇରଶାଲୱାଡିର ନିମ୍ନ ଭାଗରେ ଅବସ୍ଥିତ ଆଦିବାସୀ ବସ୍ତିବାସିନ୍ଦା ଏହି ଦୁର୍ଘଟଣା ର ଶିକାର ହୋଇଛନ୍ତି । ଏହି ଅଞ୍ଚଳ ମୋର୍ବେ ଡ୍ୟାମ ନିକଟ ଛକ ଗ୍ରାମଠାରୁ ୬ କିଲୋମିଟର ଦୂରରେ ଏକ ଆଦିବାସୀ ଅଞ୍ଚଳ ଯାହାକି ନାଭି ମୁମ୍ବାଇକୁ ପାନୀୟ ଜଳ ଯୋଗାଇଥାଏ |
ଏନଡିଆରଏଫ ର ୨ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି | ଏହି ଅପରେସନରେ ଯୋଗଦେବା ପାଇଁ ଆଉ ଦୁଇଟି ଦଳ ମୁମ୍ବାଇରୁ ବାହାରିଛନ୍ତି। ଏହି ଘଟଣା ପରେ ରାଇଗଡ ପୋଲିସ ଏକ ନିୟନ୍ତ୍ରଣ କକ୍ଷ ସ୍ଥାପନ କରିଛି। ଅଧିକାରୀ କହିଛନ୍ତି ଯେ ଏହି ଘରଗୁଡିକ ମଧ୍ୟରୁ ପାଞ୍ଚରୁ ଛଅଟି କ୍ଷୟକ୍ଷତିରୁ ରକ୍ଷା ପାଇଛନ୍ତି ଏବଂ ଗୋଟିଏ ବିଦ୍ୟାଳୟ ମଧ୍ୟ କ୍ଷତିଗ୍ରସ୍ତ ହେବାରୁ ବର୍ତ୍ତୀ ଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ବର୍ଷା ମଧ୍ୟରେ ଭାରତ ପାଣିପାଗ ବିଭାଗ (ଆଇଏମଡି) ଗୁରୁବାର ରାୟଗଡ ପାଇଁ ଏକ ରେଡ୍ ଆଲର୍ଟ ଜାରି କରିଛି। ଭୂସ୍ଖଳନ ଘଟଣା ପରେ ଉଦ୍ଧାର କାର୍ଯ୍ୟରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) କୁ ସାହାଯ୍ୟ କରିବାକୁ ଏନଜିଓ ମାନଙ୍କୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି।
ରାୟଗଡ ଜିଲ୍ଲା କଲେକ୍ଟର ଯୋଗେଶ ମେସେ କହିଛନ୍ତି ଯେ ମଧ୍ୟରାତ୍ରିରେ ଏହି ଘଟଣା ଘଟିଛି ଏବଂ ଏକ ସବ-ଡିଭିଜନାଲ ଅଫିସର ତଥା ଖୋପୋଲିର ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ସେଠାରେ ୭ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି । ଘଟଣା ସ୍ଥଳରେ ପହଞ୍ଚିବା ପାଇଁ ଦୁଇ ଘଣ୍ଟା ଚାଲିବାକୁ ଲାଗେ, ଯାହା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ବୋଲି ମେସେ କହିଛନ୍ତି। ନିକଟସ୍ଥ ଡାକ୍ତରଖାନାଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି l
