
ଆଜି ପବିତ୍ର ଦ୍ୱାଦଶୀ ତିଥି, ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଧରପଣା ନୀତି ହେବ ।ସ୍ୱତନ୍ତ୍ର ପ୍ରସ୍ତ୍ରୁତିରେ ଅଧରପଣା ହାଣ୍ଡି କରାଯାଇଛି ପ୍ରସ୍ତୁତ, ଏବଂ ମହାପ୍ରଭୁଙ୍କୁ କରାଯିବ ସମର୍ପଣ ।ଏହି ଅଧରପଣା ରାଘବ ଦାସ ମଠ ଓ ବଡ ଓଡ଼ିଆ ମଠ ପାଖରୁ ଆସିଥାଏ । ବିଭିନ୍ନ ପ୍ରକାରର ଫଳମୂଳ ଯେପରିକି ଛାଚି ,କଦଳୀ ,ସର ଛେନା , ଗୋଲମରିଚ,କର୍ପୁର, ଜାଇଫଳ ପଡି ମହାପ୍ରଭୁଙ୍କ ଲାଗି ଅଧରପଣା ପ୍ରସ୍ତୁତ ହୋଇଥାଏ ।ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥରେ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ ।ରଥ ଉପରେ ମହାପ୍ରଭୁଙ୍କୁ ଆଉ ମାତ୍ର ଦୁଇ ଦିନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ସେଥିପାଇଁ ସକାଳୁରୁ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡଦାଣ୍ଡ ପାଲଟୁଛି ଜନସମୁଦ୍ର ।