Site icon UTKAL PRATIDIN

ଆଜି ଶ୍ରୀଜୀଉଙ୍କ ଅଧରପଣା ନୀତି ହେବ ସମ୍ପର୍ଣ୍ଣ । ଆସନ୍ତାକାଲି ନୀଳାଦ୍ରି ବିଜେ କରିବେ ମହାବାହୁ

jagannath


ଆଜି ପବିତ୍ର ଦ୍ୱାଦଶୀ ତିଥି, ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅଧରପଣା ନୀତି ହେବ ।ସ୍ୱତନ୍ତ୍ର ପ୍ରସ୍ତ୍ରୁତିରେ ଅଧରପଣା ହାଣ୍ଡି କରାଯାଇଛି ପ୍ରସ୍ତୁତ, ଏବଂ ମହାପ୍ରଭୁଙ୍କୁ କରାଯିବ ସମର୍ପଣ ।ଏହି ଅଧରପଣା ରାଘବ ଦାସ ମଠ ଓ ବଡ ଓଡ଼ିଆ ମଠ ପାଖରୁ ଆସିଥାଏ । ବିଭିନ୍ନ ପ୍ରକାରର ଫଳମୂଳ ଯେପରିକି ଛାଚି ,କଦଳୀ ,ସର ଛେନା , ଗୋଲମରିଚ,କର୍ପୁର, ଜାଇଫଳ ପଡି ମହାପ୍ରଭୁଙ୍କ ଲାଗି ଅଧରପଣା ପ୍ରସ୍ତୁତ ହୋଇଥାଏ ।ଜଗନ୍ନାଥ ବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥରେ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ ।ରଥ ଉପରେ ମହାପ୍ରଭୁଙ୍କୁ ଆଉ ମାତ୍ର ଦୁଇ ଦିନ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ସେଥିପାଇଁ ସକାଳୁରୁ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବଡଦାଣ୍ଡ ପାଲଟୁଛି ଜନସମୁଦ୍ର ।

Exit mobile version